ନୂଆଦିଲ୍ଲୀ: ଏମ୍ସ୍ର ୭ ଜଣିଆ ଡାକ୍ତରୀଦଳ ସୁଶାନ୍ତ ସିଂହ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ତନ୍ନତନ୍ନ ଯାଞ୍ଚ କରିବା ପରେ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି। ଏହି ଡାକ୍ତରୀଦଳର ନେତୃତ୍ବ ନେଉଥିବା ଡାକ୍ତର ସୁଧୀର ଗୁପ୍ତା ଏହା କହିବା ପରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଡାକ୍ତର ଗୁପ୍ତା ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ତାଙ୍କ ଉପରେ ବର୍ଷିଥିବା ବେଳେ ଏକ ସାକ୍ଷାତକାରରେ ଡ. ଗୁପ୍ତା ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, କେବଳ ମୁଁ ନୁହେଁ, ସିବିଆଇ ଯେତେବେଳେ ଏହି ମାମଲାର ତଦନ୍ତଭାର ନିଜ ହାତକୁ ନେଇଥିଲା, ସମସ୍ତେ ଏହା ହିଁ ସନ୍ଦେହ କରୁଥିଲେ। ସେହି ସମୟରେ ଆମକୁ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବି ଦିଆଯାଇନଥିଲା। ସମସ୍ତ ସନ୍ଦେହ ଉପରେ କାମ କରିବା ପରେ ଏବେ ସ୍ପଷ୍ଟ ହେଲା ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ। ଏଣୁ ଏହାକୁ ନେଇ ବିବାଦ କରିବାର କିଛି କାରଣ ନାହିଁ।
ସୁଶାନ୍ତଙ୍କ ରିପୋର୍ଟକୁ ନେଇ ଡାକ୍ତରଙ୍କ ସ୍ପଷ୍ଟୀକରଣ
/sambad/media/post_attachments/wp-content/uploads/2020/08/sushant-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)