ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କୁ ନେଇ ତାମିଲ ଡକ୍ୟୁମେଣ୍ଟାରୀ

ଚେନ୍ନାଇ: ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କୈଳାଶ ସତ୍ୟାର୍ଥୀଙ୍କ ଜୀବନ ଓ ସଂଘର୍ଷକୁ ନେଇ ୨୦୧୮ ନଭେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ ହୋଇଥିଲା | ଏବେ ଏହାର ତାମିଲ ଭର୍ସନ ମଧ୍ୟ ରିଲିଜ ହୋଇଛି | ଚେନ୍ନାଇରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ରିଲିଜ କରାଯାଇଥିବାବେଳେ ଖୋଦ କୈଳାଶ ସତ୍ୟାର୍ଥୀ ଓ ଦକ୍ଷିଣ ଭାରତ ଫିଲ୍ମ ଜଗତର ସୁପରଷ୍ଟାର କମଲ ହାସନ ମଧ୍ୟ ଉପସ୍ଥିତ ଥିଲେ |

‘କୁଜଂଥିକାଲ ମେଥୁନ ଏରକାମ’ ନାମରେ ନାମିତ ଏହି ଡକ୍ୟୁମେଣ୍ଟାରୀର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ ଅବସରରେ କୈଳାଶଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି | ଏଠାରେ ସୂଚନା ଥାଉ କି ନଭେମ୍ବରରେ ରିଲିଜ ହୋଇଥିବା ମୂଳ ଡକ୍ୟୁମେଣ୍ଟାରୀକୁ ସାରା ବିଶ୍ୱର ଲୋକ ଦେଖିଥିବାବେଳେ ଖୁବ ପସନ୍ଦ ମଧ୍ୟ କରିଥିଲେ |

‘ଦି ପ୍ରିଏସ ଅଫ ଫ୍ରି’ ନାମରେ ଏହି ଡକ୍ୟୁମେଣ୍ଟାରୀ ୯୩ ମିନିଟର ହୋଇଥିବାବେଳେ ସତ୍ୟର୍ଥୀଙ୍କ ଅଦମ୍ୟ ପ୍ରୟାସକୁ ଦେଖାଯାଇଥିଲା | ବାଳ ଶ୍ରମିକଙ୍କୁ ନୂଆ ଜୀବନ ଦେବାରେ କୈଳାଶଙ୍କ ସଂଘର୍ଷକୁ ଏହି ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଦେଖିବାକୁ ମିଳିଥିଲା |

ସମ୍ବନ୍ଧିତ ଖବର