ମେ ୩୧ରେ ମୁକ୍ତିଲାଭ କରିବ ଲକଡାଉନ ଉପରେ ଦେଶର ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଉଠେଙ୍ଗ ହମ’

ମୁମ୍ବାଇ : ଗତ ମାର୍ଚ୍ଚ ୨୫ରୁ ସମଗ୍ର ଦେଶରେ ଲକଡାଉନ ଘୋଷିତ ହୋଇଛି । ଦେଶବାସୀଙ୍କ ପାଇଁ ଏପରି ଅନୁଭୂତି ଥିଲା ଅଭୁତପୂର୍ବ । ଏକ ଅଦୃଶ୍ୟ ଶକ୍ତି ବିରୁଦ୍ଧରେ ଭାରତର ୧୩୦ କୋଟି ଜନତା ଲଢୁଛନ୍ତି । ଏହି ଲଢେଇର ଆଗଧାଡ଼ିରେ ରହିଛନ୍ତି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ, ସଫାଇକର୍ମଚାରୀ ଆଦି । ସାଧାରଣ ଲୋକେ ଘରେ ରହି ଲକଡାଉନକୁ ସମର୍ଥନ କରୁଛନ୍ତି । ସେପଟେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଅକଥନୀୟ କଷ୍ଟ ସହି ଭୋକ ଓପାସରେ ରାସ୍ତାରେ ଚାଲି ଚାଲି ଘରକୁ ଫେରୁଛନ୍ତି ।

ଏହି ଐତିହାସିକ ଘଟଣାବଳୀକୁ କ୍ୟାମେରାରେ ସୁରକ୍ଷିତ କରିବାକୁ ପ୍ରସିଦ୍ଧ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଭାରତବାଲା ଓ ତାଙ୍କର ୧୧୭ ଜଣିଆ ଟିମ । ସେମାନେ ସାରା ଭାରତର ଅନେକ ସ୍ଥାନରେ ପହଞ୍ଚି ଦେଶର ଏହି ଲଢେଇକୁ ନିଜ କ୍ୟାମେରାରେ କୈଦ କରିଛନ୍ତି । ଲକଡାଉନ ଉପରେ ଦେଶର ଏହି ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମର ନାମ ରଖାଯାଇଛି ଉଠେଙ୍ଗେ ହମ । ଏହା ମେ ୩୧ରେ ମୁକ୍ତିଲାଭ କରିବ ।

ସମ୍ବନ୍ଧିତ ଖବର