ସବୁଠାରୁ ଶୀର୍ଷରେ ମାଧୁରୀ ଦୀକ୍ଷିତ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପରେ ଦୃଶ୍ୟାୟିତ ଡୋଲାରେ ଡୋଲା….

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ଦେବଦାସ’ ଏହି ସିନେମାର ସଙ୍ଗୀତ ବି ଖୁବ୍‌ ଉଚ୍ଚକୋଟିର ଥିଲା। ଏଥିମଧ୍ୟରୁ ଗୋଟିଏ ହେଲା ‘ଡୋଲାରେ ଡୋଲା….’।ଏହି ଗୀତଟି ମାଧୁରୀ ଦୀକ୍ଷିତ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପରେ ଦୃଶ୍ୟାୟିତ ହୋଇଥିଲା।ଏହି ଗୀତର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ସରୋଜ ଖାନ୍‌।
‘ଡୋଲାରେ ଡୋଲା…’ଗୀତରୁ ସବୁଠାରୁ ଶ୍ରେଷ୍ଠ ହିନ୍ଦୀ ସିନେମା ନୃତ୍ୟ ଆଧାରିତ ଗୀତ ଭାବେ ମନୋନୀତ କରାଯାଇଛି। ଏହି ଗୀତକୁ ଏକ ନମ୍ବର ସ୍ଥାନ ମିଳିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ‘ମୁଗ୍‌ଲେ ଆଜମ୍‌’ର ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା…. ଓ ତୃତୀୟ ସ୍ଥାନରେ ରହିଛି ‘ତେଜାବ୍‌’ ସିନେମାର ଏକ୍‌ ଦୋ ତିନ୍‌….ଗୀତ।
ଏହି ଚୟନରେ ସିନେମାର ପ୍ରଭାବ ,ନୃତ୍ୟ ନିର୍ଦ୍ଦେଶନା ଓ ପରଫର୍‌ମାନ୍‌ସ ଆଦିକୁ ଗୁରୁତ୍ୱ ଦିଆଯାଇଥିଲା। ‘ଡୋଲାରେ ଡୋଲା’…. ହେଲା ବଲିଉଡର ନମ୍ବର ଓ୍ଵାନ୍‌ ଡ୍ୟାନ୍‌ସ ନମ୍ବର।

୨୦୦୨ରେ ରିଲିଜ୍‌ ହୋଇଥିବା ଏହି ସିନେମାରେ ଶାହାରୁଖ୍‌ ଖାନ୍‌,ମାଧୁରୀ ଦୀକ୍ଷିତ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ମଧ୍ୟ ହୋଇଥିଲା।


‘ଦେବଦାସ’କୁ ପାଞ୍ଚଟି ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଥିଲା। ଏହି ସିନେମାକୁ ଭାରତରୁ ଓସ୍କାର ପାଇଁ ମଧ୍ୟ ନାମାଙ୍କିତ କରାଯାଇଥିଲା। ଖାଲି ସେତିକି ନୁହେଁ ଶାହାରୁଖ୍‌ ଖାନ୍‌,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଷ୍ଟାରର୍‌ ‘ଦେବଦାସ’କୁ ମାଗାଜିନ୍‌ ମଧ୍ୟ ସର୍ବଶ୍ରେଷ୍ଠ ଦଶଟି ସିନେମା ମଧ୍ୟରେ ସ୍ଥାନ ନେଇଥିଲା।

ସମ୍ବନ୍ଧିତ ଖବର