‘ଡ଼ନ୍‌-ଥ୍ରି’ରେ ଦେଖିବାକୁ ମିଳିବେନି ପ୍ରିୟଙ୍କା 

ନିର୍ମାତା ରିତେଶ୍‌ ସିଧଓ୍ଵାନୀ ଓ ଫରହାନ୍‌ ଅଖତର୍‌ ସେମାନଙ୍କର ଏକ୍‌ସେଲ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରରେ ସୁପରହିଟ୍‌ ଫିଲ୍ମ ‘ଡ଼ନ୍‌-ଟୁ’ର ପରବର୍ତ୍ତୀ ସିକ୍ୱେଲ୍‌ ପ୍ରସ୍ତୁତ କରୁଥିବା ଖବର ଏବେ ବଲିଉଡ଼୍‍ରେ ଚର୍ଚ୍ଚାର ବିଷୟ ହୋଇଛି। ଏହାର ନିର୍ଦ୍ଦେଶନା ବି ଦେବେ ନିଜେ ଫରହାନ୍‌ ଅଖତର୍‌,ଯିଏକି ପୂର୍ବରୁ ଏହି ସିରିଜର ପୂର୍ବ ଦୁଇଟି ସିନେମା‘ଡ଼ନ୍‌’ ଓ ‘ଡ଼ନ୍‌-ଟୁ’ର ନିର୍ଦ୍ଦେଶକ ଥିଲେ।

‘ଡ଼ନ୍‌-ଟୁ’ର ସିକ୍ୱେଲ୍‌ ହେବ ‘ଡ଼ନ୍‌-ଥ୍ରି’।ଏଥିରେ ସୁପରଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ପୂର୍ବ ଭଳି ଜଣେ ଡ଼ନ୍‌ ଭୂମିକାରେ ନଜର ଆସିବେ।ହେଲେ ଏଥିରେ ରୋମା ଭୂମିକା ନିଭାଉଥିବା ପ୍ରିୟଙ୍କା ଚୋପ୍ରାଙ୍କୁ ଆଉ ଦେଖିବାକୁ ପାଇବେନି ଦର୍ଶକ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,‘ଡ଼ନ୍‌-ଥ୍ରି’ରେ ନିଜେ ଫରହାନ୍‌ ଅଖତର ଅଭିନୟ କରିବେ। ଯାହା ଶୁଣିବାକୁ ମିଳୁଛି;ଏହି ଫିଲ୍ମରେ ଫରହାନ୍‌ ଜଣେ ପୁଲିସ ଅଧିକାରୀ ଭୂମିକାରେ ନଜର ଆସିବେ।

ଇତିମଧ୍ୟରେ ‘ଡ଼ନ୍‌-ଥ୍ରି’ରେ ସ୍କ୍ରିପ୍ଟ କାମ ଆରମ୍ଭ ହୋଇଯାଇଛି। ଚଳିତବର୍ଷ ଏହାର ସ୍କ୍ରିପ୍ଟ କାମ ସରିବା ପରେ ଆର ବର୍ଷ ଆରମ୍ଭରେ ଏହାର ସୁଟିଂ ଆରମ୍ଭ ହେବ ବୋଲି ଜଣାଯାଇଛି।ଆହୁରି ମଧ୍ୟ କୁହାଯାଉଛି ଯେ,‘ଡ଼ନ୍‌-ଥ୍ରି’୨୦୨୦ରେ ରିଲିଜ୍‌ ହେବ। ଏହାର ଷ୍ଟାର୍‌କାଷ୍ଟ୍‍ରେ ଅନ୍ୟ କଳାକାରଙ୍କୁ ବି ନିଆଯାଉଥିବାର ସୂଚନା ମିଳିଛି। ସବୁଠୁ ବଡ଼ କଥା ହେଲା ଯେ,ପୂର୍ବରୁ ‘ଡ଼ନ୍‌’,‘ଡ଼ନ୍‌-ଟୁ’ରେ କିଙ୍ଗ୍‌ ଖାନ୍‌ଙ୍କୁ ଯେଉଁ ଗେଟଅପ୍‌ ରେ ଦର୍ଶକ ଦେଖିଥିଲେ ,‘ଡ଼ନ୍‌-ଥ୍ରି’ରେ ତାହାଠୁ ଭିନ୍ନ  ରହିବ ଏହି ଫିଲ୍ମରେ ତାଙ୍କର ଷ୍ଟାଇଲ୍‌ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର