ମୁମ୍ବାଇ: ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରକ୍ଷା ବନ୍ଧନ'ର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏମଧ୍ୟରେ ସୋସିଆଲ ମିଡିଆରେ ବଲିଉଡ ଫିଲ୍ମକୁ 'ବଏକଟ' କରିବାର ଅଭିଯାନ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ୨୦୨୨ରେ କୌଣସି ବଲିଉଡ ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ। ଲୋକେ ସାଉଥ୍ ସୁପରଷ୍ଟାରଙ୍କ ଫିଲ୍ମକୁ ଦେଖିବା ପାଇଁ ଅଧିକ ପସନ୍ଦ କରୁଥିବା ବେଳେ ଏବେ ବଲିଉଡ ସୁପରଷ୍ଟାରମାନେ ପଛରେ ପଡ଼ିଯାଇଛନ୍ତି। ଏମଧ୍ୟରେ ଚାଲିଥିବା ବଏକଟ ଟ୍ରେଣ୍ଡକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅକ୍ଷୟ କୁମାର। ଫିଲ୍ମକୁ ବଏକଟ କଲେ ଦେଶର କ୍ଷତି ହେବ ବୋଲି କହିଛନ୍ତି ଅକ୍ଷୟ କୁମାର।
ଅକ୍ଷୟଙ୍କ ୨୦୨୨ରେ ରିଲିଜ ହୋଇଥିବା ୨ଟି ଫିଲ୍ମ 'ବଚ୍ଚନ ପାଣ୍ଡେ' ଓ 'ସମ୍ରାଟ ପୃଥ୍ବୀରାଜ' ଫ୍ଲପ ହେବା ପରେ ଏବେ ଅଗଷ୍ଟ ୧୧ରେ ରିଲିଜ ହେବାକୁ ଥିବା ଫିଲ୍ମ 'ରକ୍ଷା ବନ୍ଧନ'କୁ ନେଇ ଅନେକ ଆଶା ରଖିଛନ୍ତି ଅକ୍ଷୟ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଏବେ ଦେଶରେ ସବୁ ଜିନିଷକୁ ବଏକଟ କରିବାର ଟ୍ରେଣ୍ଡ ଚାଲିଛି। କେବେ ଫିଲ୍ମ ତ କେବେ କାହାର ଚ୍ୟାନେଲକୁ ବ୍ୟାନ୍ କରାଗଲାଣି। ଏସବୁ କ’ଣ? ଏହା ଏବେ ଏକ ଫ୍ୟାଶନ ହୋଇଗଲାଣି। ଏଭଳି ବ୍ୟାନ କଲେ କ୍ଷତି କାହାର ହେବ? ଦେଶର ହିଁ କ୍ଷତି ହେବ। ଫିଲ୍ମକୁ ହେଉ କି ଚ୍ୟାନେଲ କି କୌଣସି ଫିଲ୍ମ ଇଣ୍ଡଷ୍ଟ୍ରି ହେଉ, ବ୍ୟାନ କରିବା ଦ୍ବାରା ଦେଶର ହିଁ କ୍ଷତି ହେବ। ଏସବୁ କରି କିଛି ଲାଭ ନାହିଁ। ହାତ ଯୋଡ଼ି କହୁଛି ଯେ, ଯାହା ଚାଲୁଛି ଚାଲିବାକୁ ଦିଅ। ଦେଶର ଅର୍ଥନୀତିକୁ ବନ୍ଦ ନକରିବା ଭଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-108.jpg)