Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ: ଛୋଟ ପରଦାର ଡକ୍ଟର ଗୁଲାଟି ଭାବରେ ଅଧିକ ପରିଚିତ ହେଉଛନ୍ତି ଅଭିନେତା ସୁନୀଲ ଗ୍ରୋଭର୍ । ସେ ପ୍ରାୟ ୨୦ ବର୍ଷ ତଳେ ମୁକ୍ତିିଲାଭ କରିଥିବା ଏକ ସିନେମାରେ ପ୍ରଥମେ ଅଭିନୟ ଅଭିନୟ କରିଥିଲେ। ସେତେବେଳେ ସୁନୀଲ୍ ଥିଲେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର।
୧୯୯୮ ରେ ରିଲିଜ୍ ହୋଇଥିବା ସୁପରହିଟ୍ ସିନେମା‘ପ୍ୟାର୍ ତୋ ହୋନା ହି ଥା’ର ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ସେତେବେଳେ ଏହି ସିନେମାର ସୁଟିଂ ଚଣ୍ଡିଗଡଠାରେ ଚାଲିଥାଏ। ଫିଲ୍ମର ନିର୍ଦ୍ଦେଶକ ଥାଆନ୍ତି ଅନିସ ବଜ୍ମୀ। ଏହି ଫିଲ୍ମରେ ଏକ ସିନ୍ ଥିଲା,ଯେଉଁଥିରେ ଜଣେ ବାରିକ ଅଜୟ ଦେବଗନ୍ଙ୍କର ଦାଢ଼ି କାଟୁ କାଟୁ ନିଶ ବି କାଟି ଦିଏ। ଏହା ଏକ କମିକ୍ ସିନ୍ ଥିଲା।
‘ପ୍ୟାର୍ ତୋ ହୋନା ହି ଥା’ର ଏହି ଦୃଶ୍ୟଟି ବେଶ୍ ଚର୍ଚ୍ଚିତ ମଧ୍ୟ ହୋଇଥିଲା। ନିର୍ଦ୍ଦେଶକ ଏଥିରେ ବାରିକ ଭୂମିକା ପାଇଁ ଜଣେ ନୂଆ ଅଭିନେତାଙ୍କୁ ଖୋଜିଲେ। ସେତେବେେଳେ ସୁନୀଲ ଗ୍ରୋଭର ଚଣ୍ଡିଗଡ଼ରେ ରଙ୍ଗମଞ୍ଚରେ ଅଭିନୟ କରୁଥିଲେ। ଏ ଦୃଷ୍ଟିରୁ ନାଟୁଆମାନେ ତାଙ୍କୁ ଜାଣିଥିଲେ।
ସୁନୀଲ ଗ୍ରୋଭର ଆସି ସୁଟିଂ ସେଟ୍ରେ ପହଞ୍ଚଥିଲେ। ତାଙ୍କର ଦକ୍ଷତା ମାପିବା ପରେ ନିର୍ଦ୍ଦେଶକ ଅନିସ ବଜ୍ମୀ ସୁନୀଲଙ୍କୁ ବାରିକ ଭୂମିକା ଳାଗି ମନୋନୀତ କରିଥିଲେ। ସୁନୀଲ ଗ୍ରୋଭର୍ ତାଙ୍କ ଭୂମିକାଟିକୁ ମଧ୍ୟ ଖୁବ୍ ନିଷ୍ଠାର ସହିତ ନିଭାଇଥିଲେ। ତେବେ ‘ପ୍ୟାର୍ ତୋ ହୋନା ହି ଥା’ରିଲିଜ୍ ସମୟରେ କେହି ତାଙ୍କୁ ଚିହ୍ନିଲେ ନାହିଁ କି ସୁନୀଲଙ୍କର ଚର୍ଚ୍ଚା ମଧ୍ୟ ହେଲା ନାହିଁ।