ତୈମୁର ଓ ଅନୁଷ୍କ‌ାଙ୍କ ଝିଅର ପ୍ରସବ କରାଇଥିବା ଏହି ଡାକ୍ତର ଆହୁରି ଅନେକ ସେଲିବ୍ରେଟିଙ୍କର କରାଇଛନ୍ତି ପ୍ରସବ

ମୁମ୍ବାଇ: ଜାନୁଆରି ୧୧ ତାରିଖରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅନୁଷ୍କ‌ାଙ୍କ ପ୍ରସବ କରାଇଛନ୍ତି ଡକ୍ଟର ରୁସ୍ତମ ସୁନାବାଲା। ଆହୁରି ଏକ କଥା ଜାଣିବାକୁ ମିଳିଛି ଯେ ଡକ୍ଟର ରୁସ୍ତମ କରୀନାଙ୍କ ପୁଅ ତୈମୁର୍‌ର ମଧ୍ୟ ପ୍ରସବ କରାଇଥିଲେ।

ଚିକିତ୍ସା କ୍ଷେତ୍ରରେ ଡକ୍ଟର ରୁସ୍ତମଙ୍କର ମହତ୍ବପୂର୍ଣ୍ଣ ଯୋଗଦାନ ପାଇଁ ୧୯୯୧ ମସିହାରେ ତାଙ୍କୁ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡାକ୍ତରୀ କ୍ଷେତ୍ରରେ ତାଙ୍କୁ ଡକ୍ଟର ଆର୍‌.ପି.ସୁନାବାଲା ନାମରେ ଲୋକେ ଜାଣନ୍ତି।

ସୂତ୍ରରୁ ଆହୁରି ବି ପ୍ରକାଶ ଯେ କରୀନାଙ୍କ ଦ୍ବିତୀୟ ପ୍ରସବ ମଧ୍ୟ ଡକ୍ଟର ରୁସ୍ତମ କରାଇ ପାରନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ କରୀନାଙ୍କ ଦ୍ବିତୀୟ ସନ୍ତାନ ଫେବ୍ରୁଆରି ମାସରେ ଜନ୍ମ ହେବାର ଅଛି।

କରୀନା ଓ ଅନୁଷ୍କାଙ୍କ ପୂର୍ବରୁ ଡକ୍ଟର ସୁନେବାଲା ବବିତା କପୁର(କରିସ୍ମା ଓ କରୀନାଙ୍କ ମାଆ), ଜୟା ବଚ୍ଚନ, ନିତୁ କପୁର, ଗୌରୀ ଖାନ୍ ଏବଂ ବିଜୟ ମାଲ୍ୟାଙ୍କ ପତ୍ନୀଙ୍କର ବି ପ୍ରସବ କରାଇ ସାରିଛନ୍ତି। ଡକ୍ଟର ଆର୍‌.ପି.ସୁନାବାଲା ୧୯୪୮ ମସିହାରେ ତାଙ୍କର ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୦୨୦ରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଘୋଷଣା କରିଥିଲେ ଯେ ଜାନୁଆରି ୨୦୨୧ରେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବେ ବୋଲି ଆଶା ରଖିଛନ୍ତି। ୧୧ ତାରିଖ ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର