ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କର ଫଲୋଅରଙ୍କ ସଂଖ୍ୟା ବଢ଼ିଲା

ମୁମ୍ବାଇ : ଗତକାଲି ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର-୨’ର ଇପୋଷ୍ଟର୍ ଲଞ୍ଚ ହେବାପରେ ଜଣେ ନବାଗତା ନାୟିକାଙ୍କର ଇନଷ୍ଟାଗ୍ରାମରେ ଫଲୋଅରଙ୍କ ସଂଖ୍ୟା ବଢ଼ିଯାଇଛି। ପୂର୍ବରୁ ବଲିଉଡ୍‌ରେ ଅନେକ କଳାକାରଙ୍କର ପୁଅ-ଝିଅ ନିଜ କ୍ୟାରିୟର ଆରମ୍ଭ କରି ସାରିଥିବା ବେଳେ ଏବେ ଆଉ ଯେଉଁ ନୂଆ ନାମ ଏହି ତାଲିକାରେ ଯୋଡ଼ି ହୋଇଛି ସେ ହେଲେ ଅନନ୍ୟା ପାଣ୍ଡେ ।

ସେ ୨୦୧୨ରେ ରିଲିଜ ହୋଇ ସାରିଥିବା ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର’ର ଦ୍ୱିତୀୟ ଭାଗ ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର-୨’ର ନାୟିକା। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଟାଇଗର୍‌ ଶ୍ରଫ୍‌ ନଜର ଆସୁଥିବା ବେଳେ ତା’ଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ନାୟିକା ଭାବେ ନଜର ଆସିବେ ବୋଲି ଜଣା ପଡ଼ିଛି । ବାଏହି ସିନେମାର ପୋଷ୍ଟର୍‌ ରିଲିଜ୍‌ ହେବା ଆଗରୁ ଅନନ୍ୟାଙ୍କର ଇନଷ୍ଟାଗ୍ରାମରେ ଫଲୋଅରଙ୍କ ସଂଖ୍ୟା ଥିଲା ମାତ୍ର ୧୯୦୧। ମାତ୍ର ୮ଘଣ୍ଟାରେ ଏହି ସଂଖ୍ୟା ୯୮ ହଜାରରେ ପହଞ୍ଚିଛି। ସେମାନଙ୍କ ଭିତରୁ ୯୬ ହଜାର ଲୋକେ ତାଙ୍କୁ ଫଲୋ କରୁଛନ୍ତି।

photo-dna

‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର’ର ପ୍ରଥମ ଭାଗରେ ଦୁଇ ଜଣ ହିରୋ ସିଦ୍ଧାର୍ଥ ମଲହୋତ୍ରା ଏବଂ ବରୁଣ ଧାଓ୍ଵନଙ୍କୁ ଦେଖିବାକୁ ମିଳିଥିବା ବେଳେ ଏହାର ଦ୍ୱିତୀୟ ଭାଗରେ ଦୁଇ ଜଣ ହିରୋଇନ୍‌ଙ୍କୁ ଦେଖିବାକୁ ମିଳିବ । ଟାଇଗର ଏବଂ ଅନନ୍ୟାଙ୍କ ସହ ଏଥିରେ ତାରା ସୁତାରିଆ ମଧ୍ୟ ନଜର ଆସୁଥିବା ଜଣାପଡ଼ିଛି । ତାରା ଜଣେ ଗୀତିକାର ହୋଇଥିବା ବେଳେ ଆଗରୁ ଭିଡ଼ିଓ ଜକି ଭାବେ କାମ କରୁଥିଲେ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ଫିଲ୍ମରେ ଅନନ୍ୟାଙ୍କ ଉପସ୍ଥିତି ନେଇ ଅନେକଙ୍କ ମନରେ ସନ୍ଦେହ ଉପୁଜିଥିବା ବେଳେ ଫିଲ୍ମର ନିର୍ମାତା ଏହି ଖବରକୁ ନିଜ ତରଫରୁ ସତ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର