ପ୍ରଥମ ସପ୍ତାହନ୍ତରେ ଜବରଦସ୍ତ ରୋଜଗାର କଲା ‘ଦୃଶ୍ୟମ୍-୨’; ‘ଭୁଲ୍‌ ଭୁଲେୟାଁ୨’ର ରେକର୍ଡ ଭଙ୍ଗ

ମୁମ୍ବାଇ: ବକ୍ସ ଅଫିସ୍‌ରେ କମାଲ କରୁଛି ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ୍-୨’। ଫିଲ୍ମଟି ସପ୍ତାହନ୍ତରେ ଜବରଦସ୍ତ ରୋଜଗାର କରିଛି। ପ୍ରଥମ ସପ୍ତାହନ୍ତରେ ଏହା ୬୪ କୋଟି ଟଙ୍କା ରୋଜଗାର କରି ‘ଭୁଲ୍‌ ଭୁଲେୟାଁ୨’ର ରେକର୍ଡ ଭଙ୍ଗ କରିଛି। ୧୫ କୋଟି ଟଙ୍କାରେ ବମ୍ପର ଓପେନିଂ କରିଥିବା ବେଳେ ଏବେ ସୁଦ୍ଧା ସଂପୂର୍ଣ୍ଣ ରୋଜଗାର ‌ବି ବେଶ୍‌ ଭଲ ରହିଛି।

ଫିଲ୍ମ ‘ଦୃଶ୍ୟମ୍-୨’ ପ୍ରଥମ ଦିନରେ ୧୫.୩୮କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୨୧.୫୯କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ଅଜୟ ଦେବଗନଙ୍କ ଚରିତ୍ରର ନାଁ ବିଜୟ ସଲଗାଓଁକର ଥିବା ବେଳେ ଫିଲ୍ମ ପାଇଁ ଅଜୟ ୩୦କୋଟି ନେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଅଭିନେତ୍ରୀ ତବୁ ଆଇଜି ମୀରା ଦେଶମୁଖ ଚରିତ୍ରରେ ନଜର ଆସିଥିବା ବେଳେ ସେ ଫିଲ୍ମ ପାଇଁ ୩.୫କୋଟି ନେଇଥିବା ସାମ୍ନାକୁ ଆସିଛି। ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଥିବା ଅକ୍ଷୟ ଖନ୍ନା ଫିଲ୍ମ ପାଇଁ ୨.୫କୋଟି ଟଙ୍କା ନେଇଥିବା ଜଣାପଡ଼ିଛି।

 

ଲୋକପ୍ରିୟ ସିନେ ବ୍ୟବସାୟ ସମୀକ୍ଷକ ତରନ ଆଦର୍ଶ ଏକ ଟ୍ବିଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତୃତୀୟ ଦିନ(ରବିବାର)ରେ ସିନେମାଟି ବେଶ ଭଲ ରୋଜଗାର କରିଛି।

ତେବେ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍-୨’ ଅଭିନେତ୍ରୀ ଆଲିଆ ଭଟ୍ଟ, ଅକ୍ଷୟ କୁମାର, କାର୍ତ୍ତିକ ଆରୟନ, ରଣବୀର କପୁର ଏବଂ ରିତିକ ରୋଶନଙ୍କ ଚଳିତ ବର୍ଷ ରିଲିଜ ‌ହୋଇଥିବା ଫିଲ୍ମକୁ ପଛରେ ପକାଇଛି। ଫିଲ୍ମର ପ୍ରଥମ ଦିନର ଆୟ ଅନୁଯାୟୀ ଅକ୍ଷୟ କୁମାରଙ୍କ ‘ରାମ ସେତୁ’-‘ପୃଥ୍ବୀରାଜ ଚୌହାନ’-‘ବଚ୍ଚନ ପାଣ୍ଡେ’-‘ରକ୍ଷା ବନ୍ଧନ’, ସୈଫ୍ ଅଲୀ ଖାନ ଓ ରିତିକ ରୋଶନଙ୍କ ‘ବିକ୍ରମ ବେଦା’, ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆବାଡି’, କାର୍ତ୍ତିକ ଆରୟନଙ୍କ ‘ଭୁଲ ଭୁଲ‌ୈଆ-୨’ ଓ ରଣବୀର କପୁରଙ୍କ ‘ଶମଶେରା’କୁ ପଛରେ ପକାଇଛି।

ସମ୍ବନ୍ଧିତ ଖବର