ରିଲିଜ ହେଉ ହେଉ ଦୃଶ୍ୟମ-୨କୁ ବଡ ଝଟକା!

ମୁମ୍ବାଇ: ନିର୍ଦ୍ଦେଶକ ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦୃଶ୍ୟମ-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ସୁପରଷ୍ଟାର ଅଜୟ ଦେବଗନ୍ ଏବଂ ତବୁଙ୍କ ଭଳି ଷ୍ଟାର ଥିବା ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ | କିନ୍ତୁ ରିଲିଜ୍ ହେବାର ପ୍ରଥମ ଦିନରେ ‘ଦୃଶ୍ୟମ-୨’କୁ ଏକ ବଡ଼ ଝଟକା ଲାଗିଛି । ବାସ୍ତବରେ ‘ଦୃଶ୍ୟମ-୨’ ଫିଲ୍ମ ପାଇରେସିର ଶିକାର ହୋଇଛି | ଅର୍ଥାତ ଫିଲ୍ମଟି ଲିକ ହୋଇଯାଇଥିବାବେଳେ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି | ଅଜୟ ଦେବଗନଙ୍କ ଫିଲ୍ମ ତାମିଲ ରକର୍ସ ପରି ଅନେକ ୱେବସାଇଟରେ ଅନଲାଇନରେ ଲିକ୍ ହୋଇଛି। ଆଜି ମୁକ୍ତିଲାଭ କରିଥିବା ‘ଦୃଶ୍ୟମ-୨’ ଚଳଚ୍ଚିତ୍ରକୁ ଅନେକ ଲୋକ ପସନ୍ଦ କରିଥିବାବେଳେ ଲିକ ହୋଇଥିବା ଯୋଗୁଁ ଏହି ଫିଲ୍ମକୁ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି।

ବଲିଉଡ ଲାଇଫ୍ ଅନୁଯାୟୀ, ତାମିଲ ରକର୍ସ, ଟେଲିଗ୍ରାମ, ଫ୍ଲିମି ଜିଲ୍ଲା ଏବଂ ମୁଭିରୁଲସ୍ ଭଳି ଅବରୋଧିତ ୱେବସାଇଟରେ ଫୁଲ୍ ଏଚଡ଼ି ଭଳି ଅନଲାଇନରେ ଲିକ୍ ହୋଇଛି। ଏଭଳି ପରିସ୍ଥିତିରେ ଏହି ଅନଲାଇନ୍ ଲିକ୍ ହେତୁ ‘ଦୃଶ୍ୟମ-୨’ ‘ନିର୍ମାତାଙ୍କର ଚିନ୍ତା ବଢିଛି । କାରଣ ଏହିପରି ଭାବରେ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ କମିଯିବ | ଅନ୍ୟ ପଟେ, ଯଦି ଆପଣ ଫିଲ୍ମର ପ୍ରକୃତ ମଜା ଉପଭୋଗ କରିବାକୁ ଚାହାଁନ୍ତି, ତେବେ ପ୍ରେକ୍ଷାଳୟକୁ ଯାଆନ୍ତୁ ଏବଂ ‘ଦୃଶ୍ୟମ-୨’ ପରି ସସପେନ୍ସ ଥ୍ରୀଲର ଉପଭୋଗ କରନ୍ତୁ | ଯେଉଁମାନେ ଅନଲାଇନ୍ ଲିକ୍ ମାଧ୍ୟମରେ ‘ଦୃଶ୍ୟମ-୨’ ଦେଖୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ |

ବାସ୍ତବରେ, ୧୯୫୭ କପିରାଇଟ୍ ଆକ୍ଟ ଅନୁଯାୟୀ, ଫିଲ୍ମ ଲିକ କରି ଦେଖିବା ଅପରାଧ ଭାବେ ଗଣାଯାଏ | ଏଭଳି ପରିସ୍ଥିତିରେ, ଏହି ସମସ୍ତ ଅବରୋଧିତ ୱେବସାଇଟରେ ‘ଦୃଶ୍ୟମ-୨’ କିମ୍ବା କୌଣସି ଚଳଚ୍ଚିତ୍ର ଦେଖନ୍ତୁ ନାହିଁ | ସୂଚନା ଥାଉ କି ଯେ ଅଜୟ ଦେବଗନଙ୍କ ‘ଦୃଶ୍ୟମ-୨’ ହେଉଛି ଦକ୍ଷିଣ ସୁପରଷ୍ଟାର ମୋହନଲାଲଙ୍କ ମାଲାୟାଲମ୍ ଚଳଚ୍ଚିତ୍ର ‘ଦୃଶ୍ୟମ-୨’ର ଅଫିସିଆଲ୍ ହିନ୍ଦୀ ରିମେକ୍।

ସମ୍ବନ୍ଧିତ ଖବର