ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଦୃଶ୍ୟମ-୨’ ଏବଂ ‘ଭେଡିୟା’ ରିଲିଜ୍ ହେବା ପରେ ବକ୍ସ ଅଫିସ୍ରେ ଚାର୍ ଚାନ୍ଦ୍ ଲାଗି ଯାଇଛି। ଅଜୟ ଦେବଗନ୍ଙ୍କ ‘ଦୃଶ୍ୟମ୍’ ଦ୍ବିତୀୟ ସପ୍ତାହରେ ବି ହଲ୍ଲା ମଚାଇଥିବା ବେଳେ କମ୍ରେ ନାହିଁ ବରୁଣ ଧୱନଙ୍କ ଚଳଚ୍ଚିତ୍ର ‘ଭେଡିୟା’। ଅବଶ୍ୟ ବରୁଣଙ୍କ ଏହି ଫିଲ୍ମଟି ଆରମ୍ଭରୁ ଏତେ ଭଲ ପ୍ରଦର୍ଶନ କରିନଥିଲା, ମାତ୍ର ରୋଜଗାର କ୍ଷେତ୍ରରେ ସେ ତା’ର ସ୍ଥିତି ଭଲ ରଖିବାରେ ସମର୍ଥ ହୋଇଛି। ୩ ଦିନରେ ‘ଭେଡିୟା’ ୨୮.୫୫ କୋଟି ରୋଜଗାର କରିଥିବା ବେଳେ ‘ଦୃଶ୍ୟମ-୨’ ୨ ସପ୍ତାହରେ ୧୫୦ କୋଟି ବ୍ୟବସାୟ କରିଛି।
ଅଜୟଙ୍କ ଫିଲ୍ମ ‘ଦୃଶ୍ୟମ-୨’ ନନ୍ଷ୍ଟପ୍ ରୋଜଗାର କରି ଚାଲିଥିବା ବେଳେ କେବଳ ରବିବାର ଦିନ ଅର୍ଥାତ ୧୦ ଦିନରେ ଏହା ୧୬.୮୫ କୋଟି ରୋଜଗାର କରିଛି। ସମୁଦାୟ ରୋଜଗାର ମିଶି ୧୦ ଦିନ ମଧ୍ୟରେ ୧୪୩.୪୩ କୋଟି ଟଙ୍କା ହୋଇଛି। ଆଶା ଅନୁସାରେ ଚଳଚ୍ଚିତ୍ରଟି ପ୍ରଦର୍ଶନ କରିଚାଲିଛି। ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ଅଜୟଙ୍କ ଏହି ଫିଲ୍ମ ଚକା ଛକା ମାରିଚାଲିଛି।
ଫିଲ୍ମ ‘ଦୃଶ୍ୟମ୍-୨’ ପ୍ରଥମ ଦିନରେ ୧୫.୩୮କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୨୧.୫୯କୋଟି ଟଙ୍କା ଆୟ କରିଥିଲା। ପ୍ରଥମ ସପ୍ତାହନ୍ତରେ ଏହା ୬୪ କୋଟି ଟଙ୍କା ରୋଜଗାର କରି ‘ଭୁଲ୍ ଭୁଲେୟାଁ୨’ର ରେକର୍ଡ ଭଙ୍ଗ କରିଥିବା ବେଳେ ଦ୍ବିତୀୟ ସପ୍ତାହରେ ୧୦୦ କୋଟିର ବେପାର କରିିଥିଲା।
ତେବେ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍-୨’ ଅଭିନେତ୍ରୀ ଆଲିଆ ଭଟ୍ଟ, ଅକ୍ଷୟ କୁମାର, କାର୍ତ୍ତିକ ଆରୟନ, ରଣବୀର କପୁର ଏବଂ ରିତିକ ରୋଶନଙ୍କ ଚଳିତବର୍ଷ ରିଲିଜ ହୋଇଥିବା ଫିଲ୍ମକୁ ପଛରେ ପକାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/bhediya-3rd-day-and-drishyam-2-10th-day-collection.jpg)