ରିଲିଜ ହେଲା ‘ଡ୍ରାଇଭ’ ଓ ‘ଉଜଡା ଚମନ’

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଏଥରକ ଦୁଇଟି ଫିଲ୍ମ ରିଲିଜ ହୋଇଛି । ଆକ୍ସନ,ରୋମାନ୍ସ ଓ ଥ୍ରୀଲର ଫିଲ୍ମ ‘ଡ୍ରାଇଭ’ ସହ ବକ୍ସ ଅଫିସରେ ଟକ୍କର ଦେଇଛି ଡ୍ରାମା ଫିଲ୍ମ ‘ଉଜଡା ଚମନ’ । ‘ଡ୍ରାଇଭ’ରେ ରାଷ୍ଟ୍ରପତି ଭବନରୁ ଚୋରି ଭଳି କିଛି ବିଷୟବସ୍ତୁକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ମୁଖ୍ୟ ଭୂମିକାରେ ସୁଶାନ୍ତ ଓ ଜ୍ୟାକଲିନଙ୍କୁ ଦର୍ଶକ ଚୋର ଭୁମିକାରେ ଦେଖିଛନ୍ତି । ସେଭଳି ବୋମନ ଇରାନୀ ଏବଂ ପଙ୍କଜ ତ୍ରୀପାଠି ପୁଲିସ ଅଫିସର ଭୁମିକାରେ ନଜର ଆସିଛନ୍ତି ।

ଧର୍ମା ପ୍ରଡକ୍ସନରେ ପ୍ରସ୍ତୁତ ‘ଡ୍ରାଇଭ’ର ନିର୍ଦ୍ଦେଶନା ଦେଇଛନ୍ତି ତରୁଣ ମନସୁଖାନୀ । ପରଦାରେ ଡ୍ରାଇଭକୁ ଟକ୍କର ଦେଉଛି କମେଡି ଫ୍ୟାମିଲି ଡ୍ରାମା ଫିଲ୍ମ ‘ଉଜଡା ଚମନ’ ।

କମ ବୟସରେ ଚନ୍ଦା ହେବା ପରେ ଜଣେ ହ୍ୟାଣ୍ଡସମ ଯୁବକଙ୍କ ପରିସ୍ଥିତି କଣ ହୁଏ, ଏଭଳି ମଜେଦାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ଉଜଡା ଚମନ’ । ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି ପ୍ୟାର କା ପଂଚନାମା ଫେମ ସନ୍ନି ସିଂ । ଅଭିଷେକ ପାଠକ ଫିଲ୍ମର ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ସନ୍ନିଙ୍କ ସହ ମାନବୀ ଗାଗରୁ, କରିସ୍ମା ଶର୍ମା,ଐଶ୍ୱର୍ଯ୍ୟା ସାକୁଜା ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ।

ସମ୍ବନ୍ଧିତ ଖବର