ଇସ୍ରାଏଲରେ ରିଲିଜ୍‌ ହେବ ଏହି ହିନ୍ଦୀ ସିନେମା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଲେଖକ -ନିର୍ଦ୍ଦେଶକ ତରୁଣ ମନସୁଖାନୀଙ୍କ ଆଗାମୀ ଫିଲ୍ମ ‘ଡ୍ରାଇଭ୍‌’ ଏବେ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମରେ ପ୍ରଥମ ଥର ଲାଗି ଯୋଡ଼ି ହୋଇ ଆସିବେ ସୁଶାନ୍ତ ସିଂହ ରାଜପୁତ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ।
ସୁଶାନ୍ତ ‘କାଇ ପୋଚେ’ ଠୁଁ ଆରମ୍ଭ କରି ‘କେଦାରନାଥ’ ଯାଏଁ ବେଶ୍‌ କେତୋଟି ସିନେମାରେ ଲିଡ ରୋଲ୍‌ କରିଛନ୍ତି । ସେ ପରିଣୀତ ଚୋପ୍ରାଙ୍କଠୁଁ ସାରା ଅଲ୍ଲୀ ଖାନ୍‌ଙ୍କ ଯାଏଁ ବେଶ୍‌ କେତେକ ବଲିଉଡ ନାୟିକାଙ୍କ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିଛନ୍ତି । ହେଲେ ‘ଡ୍ରାଇଭ୍‌’ ପୂର୍ବରୁ ସୁଶାନ୍ତ ଜାକଲିନ୍‌ଙ୍କ ସହ ପରଦାରେ ରୋମାନ୍ସ କରିବାର ସୁଯୋଗ ପାଇ ନ ଥିଲେ ।
ଏବେ ‘ଡ୍ରାଇଭ୍‌’ ସଂପର୍କରେ ଆଉ ଏକ କଥା ଚର୍ଚ୍ଚାକୁ ଆସିଛି । ତାହା ହେଲାଯେ ଏହାକୁ ଇସ୍ରାଏଲ୍‌ରେ ରିଲିଜ୍‌ କରାଯିବ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଅପୂର୍ବ ମେହେତା ସଂପର୍କରେ ସୂଚନା କହିଛନ୍ତି ଯେ ଇସ୍ରାଏଲ୍‌ ଏକ ଛୋଟ ଦେଶ, ଯେଉଁଠି ସାଧାରଣତଃ ଫିଲ୍ମ ଟେଲିଭିଜନରେ ରିଲିଜ୍‌ ହୋଇଥାଏ । କିନ୍ତୁ ପ୍ରଯୋଜନା ସଂସ୍ଥା ‘ଡ୍ରାଇଭ୍‌’କୁ ସିନେମା ହଲ୍‌ରେ ରିଲିଜ୍‌ କରିବାର ପ୍ରଚେଷ୍ଟା ଚଳାଇଛି।

photo-navbharattimes

‘ ଡ୍ରାଇଭ୍‌’ ରେ ସୁଶାନ୍ତ ସିଂହ ରାଜପୁତ ବିକ୍ରମଜିତ୍‌ ବିର୍କି ଓ ଜାକଲିନ ସପନା ପାବି ଭୂମିକାରେ ନଜର ଆସିବେ । କୁହାଯାଇଛି ଯେ ନିର୍ମାତା କରଣ ଜୋହର ‘ଡ୍ରାଇଭ’ ସିରିଜ୍‌ର ଅନ୍ୟୁନ ତିନିଟି ଫିଲ୍ମ ନିର୍ମାଣ କରିବାର ଯୋଜନା ରଖିଛନ୍ତି । ‘ ଡ୍ରାଇଭ’ ସିରିଜ୍‌ର ଏହି ପ୍ରଥମ ଫିଲ୍ମ ରୋମାନ୍ସ ଓ ଆକ୍ସନରେ ଭରପୂର ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର