ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ବେପାରୀଙ୍କ ବୟାନ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ନା‌ର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ଦୁଇଜଣ ଡ୍ରଗ୍ସ ବେପାରୀଙ୍କୁ ପଚରା ଉଚରା କରିଛି। ଫଳରେ ଆଉ କିଛି ବଡ଼ ନାମ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ଯଦିଓ ଏ ମାମଲାରେ ମୁଖ୍ୟ ଅପରାଧୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ମାତ୍ର ଅନ୍ୟ ଦୁଇ ଡ୍ରଗ୍ସ ବେପାରୀ ୱାସିତ ପରିହାର ଓ ଅନ୍ୟ ଜଣକ ଜୈଦ ବୋଲି ଜଣାପଡ଼ିଛି। ଜୈଦ ସ୍ବୀକାର କରିଛି ଯେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କ ଭାଇ ଶୌଭିକ୍‌ ଚକ୍ରବର୍ତୀଙ୍କ ସହ ତାଙ୍କର ସମ୍ପର୍କ ଥିଲା। ‌ସିବିଆଇ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାକୁ କେନ୍ଦ୍ର କରି ରିୟା ଚକ୍ରବର୍ତୀ, ସାମୁଏଲ୍‌ ମିରାଣ୍ଡା ଓ ଅନ୍ୟମାନଙ୍କୁ ପଚରା ଉଚରା କରିବା ବେଳେ ଏହା ଜଣାପଡ଼ିଛି। ସୁଶାନ୍ତଙ୍କ ବାପା କେ କେ ସିଂହ ଗତ ମାସରେ ଏକ ଭିଡିଓ ଜାରି କରି କହିଥିଲେ ଯେ ରିୟା ମୋ ପୁଅକୁ ଦୀର୍ଘଦିନ ଧରି ବିଷ ଦେଇ ଆସୁଥିଲେ।

ସମ୍ବନ୍ଧିତ ଖବର

Comments are closed.