କୌଣସି ବି ସମୟରେ କରଣ ଜୋହରଙ୍କୁ ସମନ ପଠାଇ ପାରେ ଏନସିବି !

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରୁ ସାମ୍ନାକୁ ଆସିଥିବା ଡ୍ରଗ୍ସ କନେକ୍ସନରେ ବଲିଉଡର ବଡ ନାମ ଯୋଡ଼ି ହେଉଛି। ଏହି ଘଟଣାର ତଦନ୍ତରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କ୍ରମାଗତଭାବେ ନୂଆ ତଥ୍ୟ ସାମ୍ନାକୁ ଆଣିବାରେ ଲାଗିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ବଲିଡଡ୍ ନାୟିକା ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂଙ୍କ ପରେ ଏବେ ପ୍ରଯୋଜକ କରଣ ଜୋହରଙ୍କ ପାଳି ପଡ଼ିବାକୁ ଯାଉଛି । ଏନସିବି ଯେକୌଣସି ସମୟରେ କରଣଙ୍କ ନିକଟକୁ ସମନ ପଠାଇପାରେ | ୨୦୧୯ରେ ସାମ୍ନାକୁ ଆସିଥିବା ଏକ ଭିଡିଓ ବିଷୟରେ ପ୍ରଶ୍ନ କରିବା ପାଇଁ କରଣ ଜୋହରଙ୍କୁ ଡକା ଯାଇପାରେ।

ତେବେ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଶନିବାର (ସେପ୍ଟେମ୍ବର ୨୬) ଡ୍ରଗ୍ସ ମାମଲାରେ ପଚରାଉଚରା କରାଯିବ।

ड्रग्स केस: करण जौहर को समन भेज सकता है NCB, पार्टी वीडियो को लेकर होगी पूछताछ

ଏନସିବି ସୂତ୍ରରୁ ପ୍ରକାଶ ଯେ ରକୁଲ ପ୍ରୀତଙ୍କୁ ପଚରାଉଚରା ବେଳେ ୨୦୧୯ରେ କରଣ ଜୋହରଙ୍କ ପାର୍ଟି ବିଷୟରେ କିଛି ସୂଚନା ମିଳିଛି। ଏହାପରେ କେପିଏସ୍ ମାଲହୋତ୍ରା ପଚରାଉଚରା ପାଇଁ ଏନସିବି ଜୋନାଲ ଅଫିସରେ ପହଞ୍ଚିଥିଲେ। ବର୍ତ୍ତମାନ ଏନସିବିର କେପିଏସ୍ ମାଲହୋତ୍ରା ଏବଂ ସମୀର ୱାନ‌ଖେଡେ ରକୁଲ ପ୍ରୀତ ସିଂ ଏବଂ ଧର୍ମା ପ୍ରଡକସନର କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତିଜ ପ୍ରସାଦଙ୍କୁ ଭିଡିଓ ପ୍ରସଙ୍ଗରେ ପଚରାଉଚରା କରୁଛନ୍ତି।

ସୂତ୍ରରୁ ପ୍ରକାଶ, ଏନସିବି ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଲାଗିଛି। ଏହି ସୂଚନା ଅନୁଯାୟୀ କ୍ଷିତଜ ପ୍ରସାଦ କିଛି ଡ୍ରଗ୍ ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି।

‌ଏହି ପ୍ରସଙ୍ଗରେ ୨୦୧୭ର ଏକ ହ୍ୱାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଦୀପିକା ଓ କରିସ୍ମା ପ୍ରକାଶଙ୍କ ମଧ୍ୟରେ .ହୋଇଥିବା ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିଥିଲା । ଏହି ଲିଙ୍କରେ ଆଜି କରିସ୍ମା ପ୍ରକାଶ ହାଜର ହୋଇଛନ୍ତି । ଏହି ମାମଲାରେ ଆସନ୍ତାକାଲି ଏନ୍ସିବିରେ ହାଜର ହେବେ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଏହାସହ କାଲି ମୋଟ୍ ୩ ଜଣ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍ ଏବଂ ଶ୍ରଦ୍ଧା କପୁରଏନସିବିରେ ହାଜର ହେବେ । ବଲିଉଡ୍ର ଡ୍ରଗ୍ସ ଲିଙ୍କ୍ ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ୭ ଜଣଙ୍କୁ ସମନ୍ କରାଯାଇଛି ।

ସମ୍ବନ୍ଧିତ ଖବର

Comments are closed.