ବଲିଉଡ୍‌ରେ ଡ୍ରଗ୍ସ: ଦୀପିକାଙ୍କୁ ସମନ୍ ‌ହୋଇପାରେ, ‌ଶ୍ରଦ୍ଧା, ସାରାଙ୍କୁ ବି ସମନ କରିପାରେ ଏନ୍‌ସିବି

‘ତୁମେ ମୋର ସୁପର ଡ୍ରଗ୍‌’

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ରାକେଟକୁ ନେଇ ନାର୍କୋଟିକ୍ ବ୍ୟୁରୋ ବା ଏନ୍‌ସିବି ପକ୍ଷରୁ ବଡ଼ ଧରଣର ଖୋଳତାଡ଼ ଚାଲିଥିବ‌ା ବେଳେ ଏଥିରେ ଅନେକ ଲୋକ୍ରପ୍ରିୟ କଳାକାରଙ୍କ ନାମ ସାମନାକୁ ଆସିଛି। ଏଥିରେ ଅଛନ୍ତି ବଲିଉଡ୍‌ ରାଣୀ ଦୀପିକା ପାଦୁକୋଣ, ଶ୍ରଦ୍ଧା କପୁର, ସାରା ଅଲ୍ଲୀଖାନ୍‌ ଏବଂ ରକୁଲ ପ୍ରୀତ୍‌ ସିଂହ। ସେମାନଙ୍କୁ ଏନସିବି ଖୁବଶୀଘ୍ର ସମନ୍ କରି ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଆଜି ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ସମନ୍ କରାଯାଇଥିଲା। କିନ୍ତୁ ସେ ୨୫ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ତାଙ୍କ ବୟାନକୁ ଭିତ୍ତି କରି ଦୀପିକାଙ୍କୁ ଡକାଯାଇପାରେ ବୋଲି ବ୍ୟୁରୋର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରିବା ସମୟରେ ଡ୍ରଗ୍ସ କାରବାର ନେଇ ରିପୋର୍ଟ ମିଳିଥିଲା। ଏଥିରେ ସଂପୃକ୍ତ ଥିବ‌ା ଅଭିଯୋଗରେ ବର୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଅଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀ ଓ ରିୟା ଭାଇ ସୌଭିକ୍। ସେପ୍ଟେମ୍ବର ୬ରୁ ୯ ତାରିଖ ଭିତରେ ରିୟାଙ୍କୁ ଏନ୍‌ସିବି ଜେରା କରୁଥିବା ସମୟରେ ସେ ସାରା ଅଲ୍ଲୀଖାନ୍‌, ରକୁଲ ପ୍ରୀତ୍‌ ସିଂହ ଓ ଡିଜାଇନର୍‌ ସିମୋନ ଖମ୍ବାଟ୍ଟାଙ୍କ ନାମ କହିଥିଲେ। ତେବେ ‌କିଏ କେଉଁ ମାମଲାରେ ଜଡ଼ିତ ସେ ନେଇ କିଛି ସ୍ପଷ୍ଟ ହୋଇନଥିବାରୁ ଏମାନଙ୍କୁ ଏନ୍‌ସିବି ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ‘ଛିଛୋରେ’ ଚଳଚ୍ଚିତ୍ରର ସଫଳତା ଖୁସି ମନାଇବାକୁ ଶ୍ରଦ୍ଧା କପୁର ସୁଶାନ୍ତଙ୍କ ଲୋନାଭଲା ଫାର୍ମହାଉସ୍‌ ଯାଇଥିଲେ, ଯେଉଁଠାରେ କି ଡ୍ରଗ୍‌ସ୍‌ ପାର୍ଟି ହୋଇଥାଏ। ସେଠାରେ କ’ଣ ହୋଇଥିଲଶ ତାହା ଜାଣିବାକୁ ଶ୍ରଦ୍ଧାଙ୍କୁ ସମନ୍‌ କରାଯିବ। ଅନ୍ୟପଟେ ଦୀପିକାଙ୍କୁ ବି ସମନ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗତକାଲି ଡ୍ରଗ୍‌ସ୍‌ ମାମଲାରେ ପ୍ରକାଶ ପାଇଥିବା ୫ ସେଲିବ୍ରିଟିଙ୍କ ପ୍ରଥମ ଅକ୍ଷର କେ, ଡି, ଏସ୍‌, ଏନ୍‌ ଓ ଜେ ଭିତରୁ ‘ଡି’ ହେଉଛନ୍ତି ଦୀପିକା ପାଦୁକୋଣ ବୋଲି ଜଣାପଡ଼ିଛି।

merisaheli.com

୬ ଯାଏ ଜେଲ୍‌ରେ ରହିବେ ରିୟା
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ସହିତ ଜଡ଼ିତ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ହାଜତ ଅବଧି ୬ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ିଛି। ଭିଡିଓ କନ୍‌ଫରେସିଂ ଜରିଆରେ ଆଜି ବିଚାରପତିଙ୍କ ସମ୍ମୁଖରେ ହାଜର ହୋଇଥିଲେ ରିୟା। ଉଭୟପକ୍ଷର ଦଲିଲ୍‌ ଶୁଣିବା ପରେ ବିଚାରପତି ରିୟାଙ୍କ ଜେଲ୍‌ ରହଣୀକାଳକୁ ବଢ଼ାଇ ଦେଇଛନ୍ତି। କେବଳ ରିୟା ନୁହନ୍ତି, ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତୀ, ଦୀପେଶ ସାୱନ୍ତ ଓ ସାମୁଏଲ୍‌ ମିରାଣ୍ଡାଙ୍କ ବି ଜୁଡିସିଆଲ୍‌ ରିମାଣ୍ଡ ଅବଧି ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅପରପକ୍ଷେ ରିୟା ଓ ତାଙ୍କ ଭାଇ ସୌଭିକ ଜାମିନ୍‌ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଏହି ମାମଲାର ଶୁଣାଣି ୨୩ ସେପ୍ଟେମ୍ବର ଅର୍ଥାତ୍‌ ବୁଧବାର ଦିନ କରାଯିବ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗତ ୮ ତାରିଖରେ ରିୟାଙ୍କୁ ଗିରଫ କରିଥିଲା। ସେତେବେଳେ ସ୍ବତନ୍ତ୍ର ଏନ୍‌ଡିପିଏସ୍ (ନାର୍କୋଟିକ ଡ୍ରଗ୍ସ ଆଣ୍ଡ ସାଇକୋ‌ଟ୍ରପିକ୍‌ ସବ୍‌ଷ୍ଟାନସେସ୍‌) ଆକ୍ଟ କୋର୍ଟ ତାଙ୍କ ଜାମିନ୍‌ ଆବେଦନ ଖାରଜ କରିବା ସହ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଆଜି ଏହି ଅବଧି ସରିବାକୁ ଥିଲା। କିନ୍ତୁ ଆଜି କୋର୍ଟ ପୁଣିଥରେ ଏହି ଅବଧିକୁ ବଢ଼ାଇଛନ୍ତି। ଉଲ୍ଲେଖଯୋଗ୍ୟ, ଯଦି ରିୟା ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କୁ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ଦୀପିକା ପାଦୁକୋଣଙ୍କ ଏକ ପୁରୁଣା ପୋଷ୍ଟ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ସେ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ସିଂହଙ୍କୁ ‘ତୁମେ ମୋର ସୁପର ଡ୍ରଗ୍‌’ ବୋଲି ଲେଖିଛନ୍ତି। ଗତ ବର୍ଷ ନଭେମ୍ବର ୧୯ ତାରିଖରେ ଦୀପିକା ଏହି ପୋଷ୍ଟ କରିଥିଲେ। ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରଣବୀର ସିଂହଙ୍କ ଏକ ଫଟୋ ସେୟାର କରିଥିଲେ। ଫଟୋରେ ଥିବା ତାଙ୍କ ଟି-ସାର୍ଟରେ ଲେଖାଥିଲା, ‘ପ୍ରେମ ହେଉଛି ଏକ ସୁପର ପାୱାର୍’। ଏହି ଫଟୋ ସେୟାର କରି ଦୀପିକା ପାଦୁକୋଣ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏବଂ ତୁମେ ହେଉଛ ମୋର ସୁପର ଡ୍ରଗ୍’ । ରିୟା ଚକ୍ରବର୍ତ୍ତୀଙ୍କ ଚାଟରେ କିଛି ଅଭିନେତ୍ରୀଙ୍କ ନାମ ଖୁଲାସା ହେବା ପରେ ଦୀପିକା ପାଦୁକୋଣଙ୍କ ଏହି ପୋଷ୍ଟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର