ଓଲିଉଡ ନାୟକ ଦୁଷ୍ମନ୍ତଙ୍କ ପ୍ରଥମ ଅନୁଭୂତି

ପ୍ରଯୋଜକ ବିଜୟ କୁମାର ଓ ନିର୍ଦ୍ଦେଶକ ଏନ୍‌.ପାଢୀ ‘ଏ ମନ ମାନେନା’ଜଣେ ନୂଆ ନାୟକ ସନ୍ଧାନରେ  ଥାଆନ୍ତି ।  ପ୍ରଡକ୍ସନ କଣ୍ଟ୍ରୋଲ୍‌ର ଜ୍ୟୋତି ପାଣିଙ୍କ  ଜରିଆରେ ଜଣେ ନବାଗତ ଯାଇ  ଏନ୍‌  .ପାଢୀ ଙ୍କୁ  ଭେଟନ୍ତି ।  ସେ ତାଙ୍କର  ଅଡିସନ୍‌ ଟେଷ୍ଟ ନିଅନ୍ତି ।  ସେ ଗୋଟିଏ ଦୃଶ୍ୟରେ ଅଭିନୟ କରିବାକୁ  ନିର୍ଦ୍ଦେଶ ଦିଅନ୍ତି । ଦୃଶ୍ୟଟି  ଏପରି ଜଣେ ଝିଅକୁ ତୁମେ ଭଲ ପାଉଛ  ବୋଲି  କେମିତି ଜଣାଇବ ’ ।  ଏହି ସିନ୍‌ ପାଇଁ ସେ   ପୂର୍ବରୁ ପ୍ରାକ୍‌  ପ୍ରସ୍ତୁତି କରିନଥିବା ହେତୁ ତାଙ୍କୁ ଚାରି ଚାର ିଥର ଅଡିସନ୍‌ର ସାମ୍ନା କରିବାକୁ ପଡ଼େ । ଯା’ ହେଉ ଶେଷରେ  ଉତ୍ତୀର୍ଣ୍ଣ  ହୋଇ ‘ଏ ମନ ମାନେନା’ ର ଅନ୍ୟତମ ନାୟକ ଭାବେ  ଚୁକ୍ତିବଦ୍ଧ ହୁଅନ୍ତି ୨୦୦୯ ମସିହା ଜୁନ୍‌ ମାସରେ । ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି ସେ ହେଲେ ଦୁଷ୍ମନ୍ତ।

ନିଜର ପ୍ରଥମ ସଟ୍‌ ସଂପର୍କରେ ସେ କହନ୍ତି ‘ ମୋର ପ୍ରଥମ ସଟ୍‌ ନିଆଯିବାର ପୂର୍ବଦିନ ମୋତେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଭୁବନେଶ୍ୱର ର ସି.ଆର୍‌ପି ଛକରେ ପହଞ୍ଚିବାକୁ କୁହାଯାଏ ।  ମୁଁ ମଧ୍ୟ  ନିର୍ଦ୍ଧାରିତ  ସମୟ ରେ ସେଠି  ପହଞ୍ଚେ ।  ନିକଟରେ  ଥିବା ଏକ  ଢାବାରେ ସୁଟିଂ ଲାଗି ପ୍ରସ୍ତୁତି  ଚାଲିଥାଏ । ମୋତେ ମେକ୍‌ଅପ୍‌   ଦେବାକୁ କୁହାଯାଏ।  ମୋ’ ପରେ  ପରେ ଅଭିନେତା ହରି, ସୁମନ୍‌, ଚୁଙ୍ଗା ମଧ୍ୟ  ମେକ୍‌ଅପ୍‌ ନିଅନ୍ତି । ଏହାପରେ ନିର୍ଦ୍ଦେଶକ  ଏନ୍‌.ପାଢୀ ଆମମାନଙ୍କୁ ସଟ୍‌ ସଂପର୍କରେ  ବୁଝାନ୍ତି । ସିନ୍‌ଟି ଥାଏ ଏପରି- ଢାବାରେ ମୁଁ, ହରିଭାଇ, ସୁମନ୍‌ ଓ ଚୁଙ୍ଗା ବିୟର୍‌ ପିଉଥାଏ, ସେହି ସମୟରେ ମୋ ଗର୍ଲଫ୍ରେଣ୍ଡ୍‌ ଉପରେ  ଅନ୍ୟ  ଜଣଙ୍କର  ଆଖି ଅଛି ଓ ସେ ମୋ’ ଠୁଁ  ତାକୁ ଛଡେଇ  ନେବା ପାଇଁ ଷଡଯନ୍ତ୍ର  କରୁଥିିବା  ଜାଣି ମୁଁ  ରାଗିଯାଏ ଏବଂ ବିୟର୍‌ ବୋତଲ ଭାଙ୍ଗି ଦିଏ ।

ସଟଟି ବୁଝିବା ପରେ ଆମେ ସମସ୍ତେ ଥରେ ରିହସିଲ୍‌ କରିନେଉ ଏବଂ ତା’ପରେ ସଟ୍‌  ଟେକିଂ ପର୍ବ ଆରମ୍ଭ ହୁଏ । ର୍ନିର୍ଦ୍ଦଶକ  କହିଉଠନ୍ତି  ଆକ୍ସନ । ପ୍ରଥମ  ଟେକ୍‌ଟି ନିର୍ଦ୍ଦେଶକଙ୍କୁ ପ୍ରଭାବିତ  କରିପାରେନା, ଏଣୁ ସେ ମୋ’ ପାଖକୁ  ଆସି କହନ୍ତି, ‘ଦୁଷ୍ମନ୍ତ, କ୍ୟାମେରା  ତୁମ ଉପରକୁ ଆସିବା ବେଳକୁ କ୍ଲୋଜ୍‌ ସଟ୍‌ ନିଆଯାଉଛି, ସେଥିରେ ତୁମ ମୁହଁରେ  ଯେଉଁପରି ଏକ୍ସପ୍ରେସନ୍‌ ଓ ଫିଲିଂ ଆସିବା କଥା  ତାହା  ଆସୁନି । ତମେ  ସତରେ  ଭାବି ନିଅ, ତମ ପ୍ରେମିକାକୁ ଅନ୍ୟ ଜଣେ ବାହା ହେବାକୁ ଯୋଜନା  କରୁଛି, ସେତେବେଳେ ତମ ମନର ଅବସ୍ଥା ଯେମିତି ହେବ, ସେଇଟା ଏଥିରେ  ଦେଖାଅ । ପାଢୀ ସାର୍‌ଙ୍କ ପରାମର୍ଶ  ଶୁଣିବା ପରେ ମୁଁ ନିଜର ଏକ୍ସପ୍ରେସନ୍‌ ଠିକ୍‌  କରିବା ଲାଗି  ଦୁଇ ଥର ରିହର୍ସଲ୍‌  କରି ଦେଖାଏ ଏବଂ ତାହା ନିର୍ଦ୍ଦେଶକଙ୍କର  ପସନ୍ଦ ଆସେ ।  ଦ୍ୱିତୀୟ ଟେକ୍‌  ନିଆଗଲା । ଦ୍ୱିତୀୟ ଟେକ୍‌ରେ ମୋ’ର ସଟ୍‌ଟି ଓକେ ହୋଇଥିଲା । ସେହି ଦିନଠୁଁ  ଅଭିନୟ  କ୍ଷେତ୍ରରେ ଏନ୍‌.ପାଢୀଙ୍କୁ  ମୋର ଗୁରୁ ବୋଲି ମାନି ଆସିଛି ।’

ସମ୍ବନ୍ଧିତ ଖବର