ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରବର୍ତନ ନିର୍ଦେଶାଳୟ (ଇଡି) ରିୟା ଚକ୍ରବର୍ତୀ ଓ ତାଙ୍କ ଅନ୍ୟ ନିକଟତମ ବ୍ୟକ୍ତିବିଶେଷଙ୍କୁ ପଚରା ଉଚରା କରୁଥିବା ବେଳେ ପୂର୍ବତନ ଗାର୍ଲଫ୍ରେଣ୍ଡ୍ ଅଙ୍କିତା ଓ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍ ଚାଟ୍କୁ ମଧ୍ୟ ଇଡି ଯାଞ୍ଚ କରିବ। ଏଥିସହ ଦୁଇ ଅଭିନେତ୍ରୀଙ୍କୁ କ’ଣ ପ୍ରଶ୍ନ କରାଯିବ ସେନେଇ ମଧ୍ୟ ଇଡି ଏକ ତାଲିକା ପ୍ରସ୍ତୁତ କରିଛି। ଇଡିର ଏହି ନିଷ୍ପତ୍ତି କେସ୍ ଉପରୁ ପରଦା ଉଠାଇବାରେ ଅନେକାଂଶରେ ସହଯୋଗ କରିପାରିବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଅଙ୍କିତା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ନିକଟରେ ଲେଖିଛନ୍ତି ଯେ ଯେଉଁ ମୁହୂର୍ତକୁ ତାଙ୍କର ପ୍ରତୀକ୍ଷା ଥିଲା, ତାହା ଶେଷରେ ଉପନୀତ ହୋଇଛି। ଅଙ୍କିତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ବିହାର ପୁଲିସ୍ ମହାନିର୍ଦେଶକ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍ରେ ଟଙ୍କା ଦେଣନେଣ ସମ୍ବନ୍ଧରେ ସୂଚନା ଦେଇ କହିଥିଲେ, ଗତ ୪ ବର୍ଷ ଭିତରେ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରେ ୫୦ କୋଟି ଟଙ୍କା ଜମା କରାଯାଇଥିଲା। ମାତ୍ର ଏହା ପରେ ଏହାକୁ ଉଠାଇ ନିଆଯାଇଥିଲା।
ସୁଶାନ୍ତ ଓ ଅଙ୍କିତାଙ୍କ ହ୍ବାଟ୍ସଆପ୍ ଚାଟ୍କୁ ଯାଞ୍ଚ କରିବ ଇଡି
/sambad/media/post_attachments/wp-content/uploads/2020/08/sushanta-and-ankita.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)