ହ୍ବାଟସ୍ ଆପ୍ ଚାଟକୁ ନେଇ ମୁହଁ ଖୋଲିଲେ ଦୀପିକା ; ଡ୍ରଗ୍ସକୁ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଏନସିବି ସହିତ ଦୀପିକା ପାଦୁକୋନଙ୍କ ହୋଇଥିବା କଥାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଗତ କିଛି ଦିନ ହେବ ଦୀପିକାଙ୍କ ଡ୍ରଗ୍ସ ଚାଟ ଘଟଣାର ଉତ୍ତର ସାରା ଦେଶ ଜାଣିବାକୁ ଚାହୁଁଛି। ଗତ ଶନିବାର ଦୀପିକା ଯେତେବେଳେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେତେବେଳେ ଏନସିବି ଦୀପିକାଙ୍କୁ ସେହି ପ୍ରଶ୍ନ ପଚାରିଥିଲେ ଯାହା ଅଭିନେତ୍ରୀ ୨୦୧୭ରେ ଡ୍ରଗ୍ସ ଚାଟରେ ଲେଖିଥିଲେ।

ଏନସିବି ଅଧିକାରୀ ଦୀପିକାଙ୍କୁ ପ୍ରଥମ ପ୍ରଶ୍ନ ପଚାରିଲେ – ମାଲ ଅଛି କି? ଏହାର ଅର୍ଥ କ’ଣ? ଦୀପିକା ଏହି ପ୍ରଶ୍ନର ଉତ୍ତରରେ କହିଥିଲେ, ହଁ ମୁଁ ପଚାରିଲି | କିନ୍ତୁ ଏହା ତାହା ନୁହେଁ ଯାହା ଆପଣମାନେ ଭାବୁଛନ୍ତି। ମାଲ ସିଗାରେଟକୁ କୁହାଯାଇଥାଏ। ସିଗାରେଟର କୋର୍ଡ ୱାର୍ଡ ଆମ ପାଇଁ ମାଲ ହୋଇଥାଏ।

दीपिका पादुकोण

ଏନସିବି ଦ୍ୱିତୀୟ ପ୍ରଶ୍ନ ଉଠାଇ ଦୀପିକାଙ୍କୁ ପଚାରିଥିଲେ ପୁଣି ହ୍ୟାସ କ’ଣ? ଏହା ମଧ୍ୟ ଆପଣଙ୍କ ଚାଟର ଏକ ଅଂଶ ରହିଥିଲା | ଦୀପିକା ମଧ୍ୟ ଏହାର ଜବାବ ଦେଇ କହିଥିଲେ, ଆମେମାନେ ସିଗାରେଟକୁ ମାଲ ବୋଲି କହିଥାଉ। ହ୍ୟାସ୍ ଏବଂ ବିଡ ଏକ ପ୍ରକାରର ସିଗାରେଟ୍ | ଏହାର ଅର୍ଥ ବିଭିନ୍ନ କମ୍ପାନିର ସିଗାରେଟ୍ |

ଏନସିବି ଦୀପିକାଙ୍କୁ ତୃତୀୟ ପ୍ରଶ୍ନ କରି କହିଥିଲେ, ଏହି ହ୍ୟାସ୍ ଏବଂ ବିଡ କିପରି ବିଭିନ୍ନ କମ୍ପାନିର ସିଗାରେଟ୍ ହୋଇପାରେ? ଦୀପିକା ଏହାର ଉତ୍ତରରେ କହିଥିଲେ, ଆମେ ପତଳା ସିଗାରେଟକୁ ହ୍ୟାସ ଓ ମୋଟା ସିଗାରେଟକୁ ବିଡ ବୋଲି କହିଥାଉ। ଆମେ ସିଗାରେଟ୍ ଟାଣୁ କିନ୍ତୁ ସେଗୁଡ଼ିକ ଡ୍ରଗ୍ସ ନୁହେଁ। ଯାହାକି ଆପଣମାନେ ଭାବୁଛନ୍ତି।

ସମ୍ବନ୍ଧିତ ଖବର