ମୁମ୍ବାଇ: ମାଆ ବନିବାକୁ ଚାହୁଁଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ୨୦୧୮ ମସିହାରୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନେତା ରଣବୀର ସିଂହଙ୍କୁ ବିବାହ କରିଛନ୍ତି। ହେଲେ ଏଯାଏ ସେମାନଙ୍କର କୌଣସି ସନ୍ତାନସନ୍ତତି ହୋଇନାହାନ୍ତି।

Advertisment

ଦୀପିକା ପାଦୁକୋନ ଓ ରଣବୀର ସିଂହ ହେଉଛନ୍ତ ବଲିଉଡ୍‌ର ପାୱାର୍‌ଫୁଲ୍‌ କପଲ୍‌। ସେମାନଙ୍କ ବିବାହକୁ ପାଞ୍ଚ ବର୍ଷ ହେବା ପରେ ବି ଦୀପିକା ମାଆ ବନି ପାରିନଥିବାରୁ ନିରାଶ ହୋଇଛନ୍ତି ସେ ଦୁହିଁଙ୍କ ପ୍ରଶଂସକ।

ନିକଟରେ ଏକ ସାକ୍ଷାତ୍‌କାର ଦେଇ ଦୀପିକା ପ୍ରଥମ ଥର ପାଇଁ ଫ୍ୟାମିଲି ପ୍ଲାନିଂ ଓ ପିଲାଛୁଆକୁ ନେଇ କଥା ହୋଇଛନ୍ତି। ସେ ସ୍ବୀକାର କରିଛନ୍ତି ଯେ ରଣବୀର ଓ ସେ ଦୁହେଁ ପିଲାଙ୍କୁ ଖୁବ୍‌ ଭଲପାଆନ୍ତି ଓ ସେମାନଙ୍କ ନିଜର ଏକ ପିଲା ଚାହାନ୍ତି ମଧ୍ୟ। କେଉଁଦିନ ସେହି ଶୁଭ ଦିନ ଆସିବ ସେମାନେ ଅପେକ୍ଷା କରି ରହିଛନ୍ତି।

ଏହା ସହ ଦୀପିକା ଆହୁରି ବି କହିଛନ୍ତି ଯେ ତାଙ୍କ ପରିବାର ଲୋକ କୁହନ୍ତି ସେ ପିଲାବେଳେ ଯେପରି ଥିଲେ ଏବେ ବି ସେପରି ଅଛନ୍ତି। ଆଦୌ ବି ବଦଳି ନାହାନ୍ତି। ସେ ଜଣେ ସେଲିବ୍ରିଟି ହୋଇ ମଧ୍ୟ ତାହାର ପ୍ରଭାବ କେବେ ନିଜ ସଂପର୍କ ଉପରେ ପଡ଼ିବାକୁ ଦେଇନାହାନ୍ତି। ପ୍ରଥମେ ସେ ଜଣେ ଝିଅ ଓ ଭଉଣୀ ବୋଲି ନିଜକୁ ଭାବନ୍ତି। ନିଜର ପିଲା ହେଲେ ରଣବୀର ଓ ସେ ସେମାନଙ୍କ ପିଲାକୁ ବି ସେହିପରି ସଂସ୍କାର ଦେବେ ବେ‌ାଲି ଦୀପିକା କହିଛନ୍ତି।