ନିଜଠାରୁ ୧୫ ବର୍ଷ ବଡ଼ ବିବାହିତ ପୁରୁଷଙ୍କୁ ଡେଟ୍‌ କରିବା ଖବରରେ ନିଜର ପ୍ରତିକ୍ରିୟା ରଖିଲେ ଈଶା ସିଂହ

ମୁମ୍ବାଇ: ଜଣାଶୁଣା ଟେଲିଭିଜନ କଳାକାର ତଥା ‘ବିଗ୍‌ବସ୍‌’ ଫେମ୍‌ ସାଲିନ୍ ଭନୋଟ୍‌ ପୁଣି ଥରେ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଅତୀତରେ ଅଭିନେତ୍ରୀ ଦଲ୍‌ଜିତ୍‌ କୌର୍‌ଙ୍କୁ ବିବାହ କରିଥିବା ବେଳେ ଏବେ ସେମାନଙ୍କର ଛାଡ଼ପତ୍ର ବି ହୋଇ ସାରିଛି। କେବଳ ସେତିକି ନୁହେଁ, ସାଲିନ୍‌ଙ୍କ ପୂର୍ବ ପତ୍ନୀ ଦଲ୍‌ଜିତ୍‌ ଅନ୍ୟତ୍ର ବିବାହ କରି ଏବେ କେନ୍ୟାରେ ସୁଖି ବୈବାହିତ ଜୀବନ ବିତାଉଛନ୍ତି।

ଏହାରି ମଧ୍ୟରେ ସାଲିନ ଭନୋଟ୍‌ ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଖବର ଚର୍ଚ୍ଚାରେ ରହିଛି। ଗତ କିଛି ଦିନ‌ ହେବ ଶୁଣିବାକୁ ମିଳୁଛି ଯେ ୩୯ ବର୍ଷୀୟ ସାଲିନ୍‌ ତାଙ୍କଠାରୁ ୧୫ ବର୍ଷ ସାନ ଟିଭି ଅଭିନେତ୍ରୀ ଈଶା ସିଂହଙ୍କୁ ଡେଟ୍‌ କରୁଛନ୍ତି। ସେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିବା ଚର୍ଚ୍ଚା ହେବା ପରେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ। ସେ କହିଛନ୍ତି କି ଏହା ଏକ ଗୁଜବ ଖବର।

ସାଲିନ ଏବଂ ଈଶା ‘ବେକାବୁ’ ଧାରାବାହିକରେ ଏକତ୍ର କାମ କରୁଛନ୍ତି। ଗତ କିଛି ଦିନ ହେବ ସେ ଦୁହିଁଙ୍କୁ ଅଧିକାଂଶ ସମୟ‌ରେ ଏକତ୍ର ଦେଖିବା ପରେ ସେମାନଙ୍କ ଡେଟିଂ ଖବର ଘୂରି ବୁଲୁଛି। ଏହି ଖବରକୁ ନେଇ ଈଶା କହିଛନ୍ତି, ‘ଏହା ଆଦୌ ସତ ନୁହେଁ। ଆମେ ସାଥୀ ହୋଇ କାମ କରୁଛୁ ବୋଲି ଆମ ନାଁରେ ଏପରି ଗୁଜବ ଉଠିଛି। ଏହା ଏକ ବେକାର କଥା। ସାଲିନ୍ ମୋର ବହୁତ ଭଲ ବନ୍ଧୁ। ଏହା ଛଡ଼ା ଆଉ କିଛି ବି ନୁହେଁ।’

ସମ୍ବନ୍ଧିତ ଖବର