‘ଏକ୍ ଭିଲେନ୍-୨’ରେ ନଜର ଆସିବେ ଦିଶା ପଟାନୀ

ମୁମ୍ବାଇ: ନିର୍ଦ୍ଦେଶକ ମୋହିତ ସୁରିଙ୍କ ଆଗାମୀ ଚଳଚ୍ଚିତ୍ର ‘ଏକ୍ ଭିଲେନ୍-୨’ରେ ଜନ୍ ଆବ୍ରାହମ୍ ଓ ଆଦିତ୍ୟ ରଏ କପୁରଙ୍କ ସହ ମୁଖ୍ୟ ଭୂମିକା‌ରେ ଅଭି‌‌ନୟ କରିବେ ଦିଶା ପଟାନୀ। ୨୦୧୪‌ରେ ମୁକ୍ତିଲାଭ କରିଥିବା ‘ଏକ୍ ଭିଲେନ୍’ ଚଳଚ୍ଚିତ୍ରର ଏହା ହେଉଛି ଦ୍ବିତୀୟ ଭାଗ। ଏଥିରେ ଦିଶାଙ୍କ ‌ଚରିତ୍ରଟି ପ୍ରସିଦ୍ଧ ହଲିଉଡ୍‌ ଅଭିନେତ୍ରୀ ରୋସାମଣ୍ତ ପାଇକ୍‌ଙ୍କ ସୁପର୍‌ହିଟ୍ ଚଳଚ୍ଚିତ୍ର ‘ଗନ୍ ଗର୍ଲ’ରୁ ‌ପ୍ରେରିତ। ଏକ ସାକ୍ଷାତକାରରେ ମୋହିତ୍ କହିଛନ୍ତି, ‘ଦିଶା ହେଉଛନ୍ତି ପ୍ରଥମ ଅଭିନେତ୍ରୀ, ଯିଏ ନିଜେ ମୋ ପାଖକୁ ଆସି କହିଥିଲେ ଯେ ତାଙ୍କୁ ଆହୁରି ଆକ୍ସନ୍ ରୋଲ୍ କରିବାକୁ ଇଚ୍ଛା ଅଛି, ଯେପରି ପୁରୁଷ ଅଭିନେତା ମାନେ କରନ୍ତି। ମୁଁ ଚଳଚ୍ଚିତ୍ରର ହିରୋ ହେବାକୁ ଚାହୁଁଛି।’

‘ଏକ୍ ଭିଲେନ୍-୧’ ଏକ ଆକ୍ସନ୍ ଥ୍ରିଲର୍ ଏବଂ ଏକ ଦୁଃଖଭରା ପ୍ରେମ କାହାଣୀ। ସେଥିରେ ମୁଖ୍ୟ ଭୂମିକାରେ ଥିଲେ ସିଦ୍ଧାର୍ଥ ମଲ୍‌ହୋତ୍ରା, ଶ୍ରଦ୍ଧା କପୁର ଓ ରିତେଶ ଦେଶ୍‌ମୁଖ। ପ୍ରଥମ ଭାଗର ସଫଳତା ପରେ ଦର୍ଶକ‌ମାନେ ଏବେ ଏହାର ଦ୍ବିତୀୟ ସଂସ୍କରଣର ଅପେକ୍ଷାରେ ଅଛନ୍ତି। ଏହାର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଏହା ଆସନ୍ତା ବର୍ଷ ଜାନୁଆରି ୮ ତାରିଖରେ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର