ସ୍ମୃତି ଇରାନୀ ହ୍ରାସ କଲେ ଓଜନ, ଏକତା କପୁର ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ପୂର୍ବତନ ଅଭିନେତ୍ରୀ ତଥା କେନ୍ଦମନ୍ତ୍ରୀ ସ୍ମୃତି ଇରାନୀ ଓ ଏକତା କପୁରଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି। ସ୍ମୃତି ଇରାନୀ ଓ ଏକତା କପୁର ବହୁ ବର୍ଷ ପୂର୍ବେ ‘କ୍ୟୁକି ଶାଶ ଭି କଭି ବୋହୂ ଥି’ରେ କାମ କରିଥିଲେ। ଏତେ ବର୍ଷ ପରେ ବି ଦୁହିଁଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ଅତୁଟ ରହିଛି। ସୋସିଆଲ ମିଡିଆରେ ଦୁହେଁ ଦୁହିଁଙ୍କ ପ୍ରଶଂସା କରୁଥିବା ଅନେକ ସମୟରେ ଦେଖିବାକୁ ମିଳିଛି। ସ୍ମୃତି ଇରାନୀ ନିକଟରେ ଏକ ସେଲଫି ନେଇଛନ୍ତି। ଯାହାକୁ ଦେଖି ଏକତା ପ୍ରତିକ୍ରିୟା ଦେଇଛନ୍ତି।

ସ୍ମୃତି ଇରାନୀ ଇନଷ୍ଟାରେ ନିଜର ହାଫ ସେଲଫି ସେୟାର କରିଛନ୍ତି। ଏହି ଫଟୋକୁ ଦେଖି ଲାଗୁଛି ସ୍ମୃତି ଇରାନୀ ତାଙ୍କ ଓଜନ ହ୍ରାସ କରିଛନ୍ତି। ତେବେ ଏହି ଫଟୋକୁ ଦେଖି ଏକତା କପୁର ପ୍ରତିକ୍ରିୟା ଦେଇ କହିଥିଲେ, ଥିନ। ଏହି ପ୍ରତିକ୍ରିୟାର ଉତ୍ତର ସ୍ମୃତି ଏକ ଦିଲ ଥିବା ଚିହ୍ନ ସହିତ ଦେଇଥିଲେ।

 

View this post on Instagram

 

A post shared by Smriti Irani (@smritiiraniofficial)

ସ୍ମୃତିଙ୍କ ଏହି ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ମ୍ୟାଡମ ଏହି ଫଟୋରେ ଆପଣ ସୁନ୍ଦର ଓ ପତଳା ଲାଗୁଛନ୍ତି। ଆପଣଙ୍କ ତୁଳସୀ ଭୂମିକା କଥା ମନେ ପଡ଼ିଯାଉଛି। ବୋଧ ହୁଏ ଇଣ୍ଡଷ୍ଟ୍ରିକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ମୃତିଙ୍କ ଧାରାବାହିକ ‘କ୍ୟୁ କି ଶାଶ ବି କଭି ବୋହୂ ଥି’  ୮ବର୍ଷ ଧରି ଚାଲିଥିଲା।

ସମ୍ବନ୍ଧିତ ଖବର