ଏହି କାରଣ ପାଇଁ ଭାଇ ତୁଷାରଙ୍କୁ ଗିରଫ କରାଇବାକୁ ପୁଲିସ ଡ଼କାଇଥିଲେ ଭଉଣୀ ଏକତା

ମୁମ୍ବାଇ : ପ୍ରଯୋଜିକା ଏକତା କପୁର ଏବଂ ତାଙ୍କ ଭାଇ ତଥା ଅଭିନେତା ତୁଷାର କପୁର କମେଡି ସୋ’ ଦ କପିଲ ଶର୍ମା ସୋ’ରେ ଯୋଗ ଦେଇଥିଲେ । ଦୁହିଁଙ୍କୁ ଏକାଠି ଅନେକ ଦିନ ପରେ ଦର୍ଶକ ଦେଖିବାକୁ ପାଇଥିବା ବେଳେ ଦୁହେଁ ନିଜ ନିଜର ଅଭୁଲା ଦିନକୁ ଉପସ୍ଥିତ ଦର୍ଶକଙ୍କ ସହ ସେୟାର କରିଥିଲେ । ଏକତା ନିଜର ପୁରୁଣା ଦିନ ମନେ ପକାଇ ରାଗରେ ଥରେ ତୁଷାରଙ୍କୁ ଗିରଫ କରାଇବା ପାଇଁ ପୁଲିସ ଡ଼କାଇ ଦେଇଥିଲେ ବୋଲି କହିଥିଲେ ।

Hindustan Times

ତାଙ୍କ ଅନୁଯାୟୀ, ସବୁ ଭାଇ-ଭଉଣୀଙ୍କ ଭଳି ତୁଷାରଙ୍କ ସହ ସବୁବେଳେ ତାଙ୍କ ଝଗଡ଼ା ହୁଏ । ଏମିତି କି ପରିବାର ସହ ବୁଲିବାକୁ ଗଲେ ଦୁହେଁ ଗୋଟେ ଗାଡ଼ିରେ ଯାଆନ୍ତି ନାହିଁ । ଥରେ ପରିବାର ସହ ତିରୁପତି ଯାଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ତୁଷାର ରାଗରେ ଏକତାଙ୍କ ନାକକୁ ମୁଥ ମାରିଥିଲେ । ଯାହା ଦ୍ୱାରା ରାଗି ଯାଇ ଏକତା ପୁଲିସକୁ ଫୋନ କରି ଦେଇଥିଲେ । କିନ୍ତୁ ପରିବାର ଲୋକେ ବୁଝାଇବା ପରେ ଯାଇ ଏକତା ଶାନ୍ତ ହୋଇଥିଲେ ବୋଲି କହିଥିଲେ ଏକତା ।

ସମ୍ବନ୍ଧିତ ଖବର