ନୂଆଦିଲ୍ଲୀ: ଆପତ୍ତିଜନକ ଏବଂ ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ କରିବା ପାଇଁ ଉଲ୍ଲୁ ଏବଂ ଅଲ୍ଟ ଭଳି ୨୫ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର। ଏହା ପରେ ଗଣମାଧ୍ୟମରେ ଅନେକ ଖବର ଆସିବା ଆରମ୍ଭ ହୋଇଛି ଯେ, ଏକତା କପୁରଙ୍କ କମ୍ପାନିର ଏକ ସହାୟକ କମ୍ପାନିର ମାଲିକାନାରେ ଥିବା ଆପ୍ ହେଉଛି ଅଲ୍ଟ। ଏହି ପ୍ରତିବନ୍ଧକ ପରେ ଏକତାଙ୍କୁ ପ୍ରାୟ ୧୦୦୦କୋଟିର କ୍ଷତି ସହିବାକୁ ହେବ। ଏହି ଦାବି ମଧ୍ୟରେ ଏକତା କପୁର ସ୍ପଷ୍ଟିକରଣ ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ଏକତା କପୁର କୌଣସି ପ୍ରକାରେ ଅଲ୍ଟ ସହିତ ଜଡିତ ନୁହଁନ୍ତି। ସେ ୨୦୨୧ ମସିହାରେ ଆପ୍‌ଠାରୁ ନିଜକୁ ଦୂରେଇ ଦେଇଥିଲେ।

Advertisment

ସୋସିଆଲ ମିଡିଆରେ ଏକତା କପୁର ଅଧିକାରୀକ ବିବୃତି ଜାରି କରି କହିଛନ୍ତି, "ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଏକତା କପୁର ଏବଂ ଶୋଭା କପୁରଙ୍କର ଅଲ୍ଟ ସହିତ କୌଣସି ପ୍ରକାରର ସମ୍ପର୍କ ନାହିଁ। ସେମାନେ ୨୦୨୧ ଜୁନରେ ହିଁ ଅଲ୍ଟରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲେ। ତେଣୁ, ଯଦି କେହି ଦାବି କରୁଛନ୍ତି ଯେ ସେମାନଙ୍କର ଏପର୍ଯ୍ୟନ୍ତ ଅଲ୍ଟ ସହିତ କୌଣସି ସମ୍ପର୍କ ଅଛି, ତେବେ ଆମେ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ। ଗଣମାଧ୍ୟମକୁ ସଠିକ୍ ସୂଚନା ଦେବାକୁ ଅନୁରୋଧ କରୁଛୁ। ବାଲାଜୀ ଟେଲିଫିଲ୍ମସ୍ ଲିମିଟେଡ୍ ସମସ୍ତ ନିୟମ ପାଳନ କରେ ଏବଂ ସଚ୍ଚୋଟତା ଓ ଦାୟିତ୍ୱ ସହିତ ଏହାର କମ୍ପାନି ପରିଚାଳନା କରେ।"