ଜାଣନ୍ତୁ କିଏ ଏବେ ଓଲିଉଡର ନୂଆ ସୁନା ଚଢ଼େଇ

ଭୁବନେଶ୍ୱର: ଜଣେ ଓଲିଉଡ଼ ନାୟିକା ଏବେ ପରଦାରେ ବନିବାକୁ ଯାଉଛନ୍ତି ସୁନା ଚଢ଼େଇ। ସେ ହେଲେ ଏଲସା ।ଆଗରୁ ଓଡ଼ିଆ ସିନେମାରେ ସୁନା ଚଢ଼େଇ ବନିଥିଲେ ବଲିଉଡ ଅଭିନେତ୍ରୀ ଅର୍ଚ୍ଚନା ଜୋଗଲେକର୍‌।
କେଉଁ ନାୟକଙ୍କ ହାତରେ ଏବେ ସବୁଠାରୁ ଅଧିକ ସିନେମା। ଆପଣ ଭାବୁଥିବେ କିଏ ସେହି ନାୟକ ଜଣକ। ହଁ , ସେ ହେଲେ ଜ୍ୟୋତି।
ଜ୍ୟୋତି ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ମିଠା ମିଠା ଯୋଡ଼ି’ଜରିଆରେ ଓଲିଉଡ଼୍‍ରେ ପ୍ରବେଶ କରିଥିଲେ। କିନ୍ତୁ ତାଙ୍କ ଅଭିନୀତ ‘ଦେଲେ ଧରା କଥା ସରେ’ପ୍ରଥମେ ମୁକ୍ତି ଲାଭ କରିଥିଲା।ଏହାପରେ ଜ୍ୟୋତିଙ୍କୁ ମିଠାମିଠା ,ନିଝୁମ୍‌ ରାତିର ସାଥୀ,ତୁ ମୋ’ ହିରୋ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି।
ଏବେ ଜ୍ୟୋତିଙ୍କ ହାତରେ ରହିଛି କେତୋଟି ନୂଆ ସିନେମା। ଏଗୁଡ଼ିକ ହେଲା‘ଲଭ ଅଲଗା ପ୍ରକାରର’ ଓ ‘ତୁ ମୋ ସୁନା ଚଢ଼େଇ’ଆଦି।
‘ଲଭ ଅଲଗା ପ୍ରକାରର’ ରେ ଜ୍ୟୋତି ପୁଣିଥରେ ତାଙ୍କର ହିଟ୍‌ ପାର୍ଟନର ଝିଲିକ୍‌ଙ୍କ ସହିତ ଆସୁଛନ୍ତି। ଅପରପକ୍ଷରେ ‘ତୁ ମୋ ସୁନା ଚଢ଼େଇ’ରେ ଜ୍ୟୋତିଙ୍କୁ ମିଳୁଛନ୍ତି ଜଣେ ନୂଆ ପାର୍ଟନର। ସେ ହେଲେ ଏଲ୍‌ସା।
ଏଲ୍‌ସା ଆଗରୁ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ଭୈରବ’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ସେ ଏଥିରେ ପପୁ ପମ୍‌ପମ୍‌ ଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଖାଲି ସେତିକି ନୁହେଁ ସେ ଅନ୍ୟ ଏକ ଓଡ଼ିଆ ସିନେମା ‘ଦୀପୁ ଦ ଡ଼୍ୟାନ୍‌ସ ବୟ’ରେ ବି ନଜର ଆସିଥିଲେ।
‘ତୁ ମୋ’ ସୁନା ଚଢ଼େଇ’ରେ ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ‘ତୁ ମୋ’ ସୁନା ଚଢ଼େଇ’ର ନିର୍ଦ୍ଦେଶନା ଦେଉଛନ୍ତି ଦିଲୀପ ପଣ୍ଡା।

ସମ୍ବନ୍ଧିତ ଖବର