ସାଧାରଣ ଲୋକ ବା ଜଣେ ମଧ୍ୟବିତ୍ତ ପରିବାରର ବିଜୁଳି ବିଲ୍କୁ ଯଦି ଆମେ ଦେଖିବା ତେବେ ତାହା ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ସୀମିତ ହୋଇ ରହିଥାଏ । କିନ୍ତୁ କେବେ ଆପଣଙ୍କ ପସନ୍ଦର ବଲିଉଡ୍ ଷ୍ଟାର କେତେ ବିଜୁଳି ବ୍ୟବହାର କରନ୍ତି ଏବଂ ସେମାନଙ୍କୁ ପ୍ରତିମାସରେ କେତେ ବିଳୁଜି ବିଲ୍ ଦେବାକୁ ପଡ଼ିଥାଏ ତାହା କେବେ ଭାବିଛନ୍ତି କି? ତେବେ ଆସନ୍ତୁ ଜାଣିବା ବଲିଉଡ୍ର ଏହି ୬ଜଣ ଚର୍ଚ୍ଚିତ କଳାକାରଙ୍କ ବିଜୁଳି ବିଲ୍ ବିଷୟରେ...
୧. ଏଥିରେ ପ୍ରଥମରେ ଅଛନ୍ତି ଶାହାରୁଖ୍ ଖାନ୍ । ମୁମ୍ବାଇରେ ଥିବା ତାଙ୍କ ଘର ମନ୍ନତ ପାଇଁ ସେ ମାସିକ ୪୩ଲକ୍ଷ ବିଜୁଳି ବିଲ୍ ଦେଇଥାନ୍ତି । ମନ୍ନତର ସାଜସଜ୍ଜା ଦାମୀ ହୋଇଥିବାରୁ ଶାହାରୁଖ୍ଙ୍କୁ ସବୁଠାରୁ ଅଧିକ ବିଜୁଳି ବିଲ୍ ଦେବାକୁ ପଡ଼ିଥାଏ ।
The Indian Express୨. ଦ୍ୱିତୀୟରେ ଅଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍ । ମିଳିଥିବା ରିପୋର୍ଟ ଅନୁଯାୟୀ ସୈଫ୍ ଅଲ୍ଲୀ ଖାନ୍ କେବଳ ନିଜର କେବିନ୍ ପାଇଁ ୩୦ଲକ୍ଷ ବିଜୁଳି ବିଲ୍ ଦେଇଥାନ୍ତି । ପୂରା ଘର ପାଇଁ କେତେ ଦେଉଥିବେ ଭାବିନିଅନ୍ତୁ ।
bollywoodlife.com୩. ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରହୁଥିବା ବଲିଉଡ୍ର ଟାଇଗର ସଲମାନ ଖାନ୍ଙ୍କୁ ମାସିକ ୨୩ଲକ୍ଷ ବିଜୁଳି ବିଲ୍ ଦେବାକୁ ପଡ଼ିଥାଏ ।
Bollywood Bubble୪. ବିଗ୍ ବି ଅମିତାଭ ବଚ୍ଚନ ତାଙ୍କର ଜୁହୁରେ ଥିବା ଘର ପାଇଁ ମାସିକ ୨୨ଲକ୍ଷ ବିଜୁଳି ବିଲ୍ ଦେଇଥାନ୍ତି ।
The Indian Express୫. ବଲିଉଡ୍ର ମିଷ୍ଟର ପର୍ଫେକ୍ଟ ଅମୀର ଖାନ୍ ବାନ୍ଦ୍ରାରେ ଥିବା ଆପାର୍ଟମେଣ୍ଟ ପାଇଁ ମାସିକ ୨୨ଲକ୍ଷ ବିଜୁଳି ବିଲ୍ ଦେଇଥାନ୍ତି ।
Free Press Journal୬. ବଲିଉଡ୍ର ମସ୍ତାନୀ ଦୀପିକା ପାଦୁକୋନ ମୁମ୍ବାଇରେ ଥିବା ଘର ପାଇଁ ୧୩ଲକ୍ଷ ବିଜୁଳି ବିଲ୍ ଦେଉଥିବା ଜଣା ପଡ଼ିଛି ।
The Indian Express/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/electricity-bill-of-bollywood-stars-home-1530868612.jpg)