ଏଲିନାଙ୍କୁ ମିଳିଲା ସବ୍ୟସାଚୀଙ୍କ ସାଥ୍‌

ଭୁବନେଶ୍ୱର: ଓଲିଉଡର ହସକୁରୀ ନାୟିକା ଏଲିନା ସାମନ୍ତରାୟ ଇତିମଧ୍ୟରେ ପ୍ରାୟ ତିନିବର୍ଷ ବିତାଇସାରିଲେଣି ଓଡ଼ିଆ ସିନେଜଗତରେ । ରିଆଲିଟି ସୋ’ ‘କିଏ ହେବ ମୋ ହିରୋଇନ’ ଜରିଆରେ ତାଙ୍କୁ ଓଡ଼ିଆ ସିନେମା ‘ଇସ୍କ ତୁ ହି ତୁ’ ରେ ନାୟିକା ହେବାର ସୌଭାଗ୍ୟ ମିଳିଥିଲା। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଏଲିନା । ଏହି ଫିଲ୍ମକୁ ବିଶେଷ ସଫଳତା ମିଳି ନ ଥିଲେ ବି ଏଲିନା ଆଉ ପଛକୁ ଫେରିଚାହିଁନାହାନ୍ତି । ସେ ଲଗାତର ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଆସୁଛନ୍ତି । ଖାଲି ସେତିକି ନୁହେଁ, ତାଙ୍କୁ ଓଲିଉଡର ଟପ୍‌ ହିରୋମାନଙ୍କ ସହିତ ମଧ୍ୟ କାମ କରିବାର ସୁଯୋଗ ମିଳୁଛି ।

ଏକ ବିଜ୍ଞାପନରେ ସବ୍ୟସାଚୀଙ୍କ ସହିତ ନଜର ଆସୁଛନ୍ତି  ଏଲିନା । ଏହି ବିଜ୍ଞାପନଟି ଏକ ସିମେଣ୍ଟ କମ୍ପାନିର । ଏଥିରେ ସବ୍ୟସାଚୀଙ୍କୁ ଜଣେ ସୁପରହିରୋ ଭାବେ ଦେଖିବାକୁ ମିଳିଛି । ବିଜ୍ଞାପନ ଫିଲ୍ମ ପରେ ଏବେ ସବ୍ୟସାଚୀ-ଏଲିନାଙ୍କ ଯୋଡି କେବେ ବଡ଼ ପରଦାରେ ଆସିବେ, ତାକୁ ନେଇ ଉଭୟ କଳାକାରଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି ।

‘ଇସ୍କ୍‌ ତୁ ହି ତୁ’ ପରେ ଜଣାଶୁଣା ନାୟକ ଅରିନ୍ଦମଙ୍କ ସହିତ ଏଲିନାଙ୍କୁ ଏଯାବତ୍‌ ଅନ୍ୟ କୌଣସି ଛବିରେ ଦେଖିବାକୁ ମିଳିନାହିଁ । କିନ୍ତୁ ସେ ଅନ୍ୟ ଲୋକପ୍ରିୟ ନାୟକ ଯଥା ବାବୁସାନ୍‌ ଓ ଅନୁଭବଙ୍କ ନାୟିକା ହେବାର ସୁଯୋଗ ପାଇଛନ୍ତି । ବାବୁସାନ୍‌ଙ୍କ ବିପକ୍ଷରେ ସୁପରହିଟ୍‌ ସିନେମା ‘ଲଭ୍‌ ଷ୍ଟେସନ୍‌’ରେ ନଜର ଆସିଥିଲେ ଏଲିନା । ଅପରପକ୍ଷରେ ଅନୁଭବଙ୍କ ବିପକ୍ଷରେ ସେ ‘ଅଭୟ- ଏ କମନ୍‌ମ୍ୟାନ’ ଏବଂ ‘କାବୁଲା ବାରବୁଲା-ସର୍ଚ୍ଚିଂ ଫର୍‌ ଲୈଲା’ରେ ନାୟିକା ସାଜି ପରଦାକୁ ଆସିଛନ୍ତି । ତେବେ ଓଲିଉଡର ସୋବରବୟ ସବ୍ୟସାଚୀଙ୍କ ସହିତ ଗୋଟିଏ ବି ସିନେମାରେ ଏଯାବତ୍‌ ଏଲିନାଙ୍କୁ ଦେଖିବାକୁ ମିଳିନାହିଁ । ତେବେ ସେ ଯାହା ହେଉ ନା କାହିଁକି ଏବେ ସବ୍ୟସାଚୀଙ୍କୁ ମିଳିଛି ଏଲିନାଙ୍କ ସାଥ୍‌ । କିନ୍ତୁ ଏଲିନାଙ୍କୁ ଲୋକପ୍ରିୟ ନାୟକ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ହେବାର ଏହି ସୁଯୋଗ ମିଳିନାହିଁ । ସେ ଏକ ବିଜ୍ଞାପନରେ ସବ୍ୟସାଚୀଙ୍କ ସହିତ ନଜର ଆସୁଛନ୍ତି । ଏହି ବିଜ୍ଞାପନଟି ଏକ ସିମେଣ୍ଟ କମ୍ପାନିର । ଏଥିରେ ସବ୍ୟସାଚୀଙ୍କୁ ଜଣେ ସୁପରହିରୋ ଭାବେ ଦେଖିବାକୁ ମିଳିଛି । ବିଜ୍ଞାପନ ଫିଲ୍ମ ପରେ ଏବେ ସବ୍ୟସଚୀ-ଏଲିନା ଙ୍କ ଯୋଡି ଏବେ ବଡ଼ ପରଦାରେ ଆସିବେ। ତାକୁ ନେଇ ଉଭୟ କଳାକାରଙ୍କ ପ୍ରଶଂସ ଙ୍କ ମଧ୍ୟରେ ଉତ୍କଣ୍ଠା ଲାଗିରହିଛି ।

ସମ୍ବନ୍ଧିତ ଖବର