ପ୍ରଥମ ଥର ପାଇଁ ଏହି ନାୟକଙ୍କ ସହ ପରଦାକୁ ଆସୁଛନ୍ତି ଏଲିନା

ଭୁବନେଶ୍ବର: ଏଥର ପୂଜାରେ ଆସୁଛି ସାର୍ଥକ ଫିଲ୍ମସର ୨୮ତମ ଚଳଚ୍ଚତ୍ର । ଏହି ଓଡ଼ିଆ ସିନେମାର ଟାଇଟଲ ହେଲା ‘ଦିସ ଇଜ ମାୟାରେ ବାୟା’। ସୀତାରାମ ଅଗ୍ରଓ୍ବାଲ ଏହାର ପ୍ରଯୋଜକ ଏବଂ ସୁଶାନ୍ତ ମଣି ନିର୍ଦ୍ଦେଶକ। ଏହି ସିନେମା ଜରିଆରେ ସୁଶାନ୍ତ ମଣି ପୁଣି ସାର୍ଥକକୁ ଫେରିଛନ୍ତି। ଲୋକପ୍ରିୟ ସଙ୍ଗୀତକାର ମଳୟ ମିଶ୍ର ବି ଏହି ବ୍ୟାନରକୁ ଫେରିଛନ୍ତି ‘ଦିସ ଇଜ ମାୟାରେ ବାୟା’ ଜରିଆରେ ।

ଏହି ସିନେମାରେ ଦର୍ଶକ ପ୍ରଥମ ଥର ଏକ ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ। ଏମାନେ ଦୁହେଁ ଓଲିଉଡରେ ବେଶ ଜଣାଶୁଣା ।  କେତେକ ସିନେମାରେ ବି କାମ କରିଛନ୍ତି ,ହେଲେ ପ୍ରଥମ ଥରଲାଗି ନାୟକ-ନାୟିକା ଯୋଡ଼ିଭାବେ ପରଦା ଉପରକୁ ଆସୁଛନ୍ତି।ଏହି ଯୋଡ଼ି ହେଲେ ସ୍ୱରାଜ-ଏଲିନା।

ଶିଶୁ କଳାକାର ଭାବେ ସମସ୍ତଙ୍କର ଭଲ ପାଇବା ପାଇଥିବା ସ୍ୱରାଜ ଏଥିରେ ନାୟକ ଭୂମିକାରେ ଥିବା ବେଳେ ତାଙ୍କ ନାୟିକା ବନିଛନ୍ତି ଏଲିନା। ଏଦୁହିଁଙ୍କ ଭିତରେ ବୟସର ତାରତମ୍ୟ ବେଶି ଅବଶ୍ୟ ନୁହେଁ, କିନ୍ତୁ ଏଲିନା ଆଗେ ନାୟିକା ବନିଥିଲେ ହେଲେ ସ୍ୱରାଜ ତାଙ୍କପରେ ନାୟକଭାବେ ବଡ଼ ପରଦାକୁ ଆସିଛନ୍ତି। ଏଣୁ ଏମାନଙ୍କର କେମିଷ୍ଟ୍ରି  ଦର୍ଶକଙ୍କୁ କେତେ ବାନ୍ଧିପାରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର