ଓଲିଉଡର ନୂଆ ସୁନା ଚଢ଼େଇ ଏଲସା ଜଣାଇଲେ ଦୀପାବଳିର ଶୁଭେଚ୍ଛା

ଭୁବନେଶ୍ୱର: ଜଣେ ଓଲିଉଡ଼ ନାୟିକା ଏବେ ପରଦାରେ ବନିବାକୁ ଯାଉଛନ୍ତି ସୁନା ଚଢ଼େଇ। ସେ ହେଲେ ଏଲସା । ଆଗରୁ ଓଡ଼ିଆ ସିନେମାରେ ସୁନା ଚଢ଼େଇ ବନିଥିଲେ ବଲିଉଡ ଅଭିନେତ୍ରୀ ଅର୍ଚ୍ଚନା ଜୋଗଲେକର୍‌। ହେଲେ ଏବେ ମୁକ୍ତି ପ୍ରତୀକ୍ଷିତ ‘ତୁ ମୋ ସୁନା ଚଢ଼େଇ’ରେ ନାୟିକା ବନିବାପରେ ଏଲସାଙ୍କୁ କୁହାଯାଉଛି ଓଲିଉଡର ନୂଆ ସୁନା ଚଢ଼େଇ । ‘ତୁ ମୋ’ ସୁନା ଚଢ଼େଇ’ରେ ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ ଦେଖିବାକୁ ବାକି ପାଇବେ। ‘ତୁ ମୋ’ ସୁନା ଚଢ଼େଇ’ର ନିର୍ଦ୍ଦେଶନା ଦେଉଛନ୍ତି ଦିଲୀପ ପଣ୍ଡା। ଏହାଛଡ଼ା ସେ ଅନ୍ୟ ଏକ ଓଡ଼ିଆ ଛବି ‘କ୍ରିଷ୍ଣା ସାହୁ ସୁପରମାର୍କେଟ୍‌’ରେ ବି ନଜର ଆସିବେ ।


ବଙ୍ଗ ସୁନ୍ଦରୀ ଏଲସା ସଂପ୍ରତି କୋଲକାତାରେ ରହୁଛନ୍ତି । ହେଲେ ଏଲସା ଓଡ଼ିଆ ସିନେପ୍ରେମୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି। ସେ ସମସ୍ତଙ୍କୁ ହାପି ଦିଓ୍ଵାଲି କହିଛନ୍ତି। ତା’ଛଡ଼ା ଏକ ପ୍ରଦୂଷଣମୁକ୍ତ ଦୀପାବଳୀ ପାଳନ ଲାଗି ନିବେଦନ କରିଛନ୍ତି ସେ। ଏଲସା ନିଜକୁ ସୁରକ୍ଷିତ ରଖିବା ସହ ପଶୁମାନଙ୍କୁ ବି ଦୀପାବଳିରେ ସୁରକ୍ଷା ଦେବାଲାଗି ନିବେଦନ କରିଛନ୍ତି।

 

ସମ୍ବନ୍ଧିତ ଖବର