ଓଡ଼ିଆ ସିନେ ଜଗତରେ ଆଉ ସକ୍ରିୟ ନାହାନ୍ତି ଏଲସା!

ଭୁବନେଶ୍ବର: ‘ତୁ ମୋ ସୁନା ଚଢ଼େଇ’ରେ ଅଭିନୟ କରିବା ବେଳେ ବିବାଦରେ ଛନ୍ଦି ହୋଇଥିବା ବଙ୍ଗୀୟ ନାୟିକା ଏଲସାଙ୍କ ହାତରେ ଏବେ କୌଣସି ଓଡ଼ିଆ ସିନେମା ନାହିଁ।  ‘ତୁ ମୋ ସୁନା ଚଢ଼େଇ’ରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ବନିଥିଲେ ଏଲସା। ଏହାର ନିର୍ଦେଶକ ଥିଲେ ଦିଲୀପ ପଣ୍ଡା।

ଏଲ୍‌ସା ଆଗରୁ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦେଶିତ ‘ଭୈରବ’ରେ ପ୍ରଥମେ ନାୟିକା ଭୂମିକାରେ ନଜର ଆସିଥିଲେ। ସେ ଏଥିରେ ପପୁ ପମ୍‌ପମ୍‌ ଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଖାଲି ସେତିକି ନୁହେଁ, ସେ ଅନ୍ୟ ଏକ ଓଡ଼ିଆ ସିନେମା ‘ଦୀପୁ ଦ ଡ଼୍ୟାନ୍‌ସ ବୟ’ରେ ବି ନଜର ଆସିଥିଲେ। ଏଥରେ ନବାଗତ ମନୋଜ ରାଉତଙ୍କ ସହ ବଡ଼ ପରଦାରେ ଦେଖା ଦେଇଥିଲେ। ଏହାର ନିର୍ଦେଶକ ଥିଲେ ଅରୁଣ ଦାସ। ‘ତୁ ମୋ ସୁନା ଚଢ଼େଇ’ର ରିଲିଜ୍ ପୂର୍ବରୁଏଲସା ବିବାଦରେ ଛନ୍ଦି ହୋଇଯାଇଥିଲେ।

ତେବେ ପ୍ରାୟ ଦେଢ ବର୍ଷ ହେବ ଏଲସାଙ୍କୁ ଅନ୍ୟ କୌଣସି ଓଡ଼ିଆ ସିନେମାରେ ଦେଖିବାକୁ ମିଳି ନାହିଁ। ତାଙ୍କୁ ବେଶ କିଛି ମାସ ହେବ ଓଡ଼ିଶାରେ ବି କୌଣସି ଅବସରରେ ଦେଖିବାକୁ ପାଇ ନାହାନ୍ତି ସିନେପ୍ରେମୀ। ଏଣୁ ସେ ଓଲିଉଡ ଛାଡ଼ି ସାରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର