ଭୁବନେଶ୍ୱର: ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ତୁ ମୋ ସୁନା ଚଢେଇ’ ସିନେମାରେ ଫିମେଲ୍ ଲିଡ୍ରେ ଆସୁଛନ୍ତି ଏଲ୍ସା। ଏଥିରେ ତାଙ୍କୁ ଦର୍ଶକ ଶିବାନୀ ଭୂମିକାରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ଜ୍ୟୋତି।ଏଲ୍ସା ଏଥିରେ ଏକ ଇଚ୍ଛାଧାରୀ ନାଗୁଣୀ ଭୂମିକାରେ ଅଭିନୟ କରିଛନ୍ତି। ଏହା ଦୁଇ ଜନ୍ମର କାହାଣୀ, ଏହି ଫିଲ୍ମ ପାଇଁ ସେ ସବୁଠାରୁ ଅଧିକ ପରିଶ୍ରମ କରିଛନ୍ତ ବୋଲି କହନ୍ତି ଏଲସା।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଏଥିରେ ଗୋଟିକରେ ସେ ଆଧୁନିକ କଲେଜରେ ପଢ଼ୁଥିବା ଯୁବତୀ ବନିଛନ୍ତି ଏବଂ ଆରଟିରେ ସେ ବନିଛନ୍ତି ନାଗୁଣୀ। ଏଥିରେ ପ୍ରତିଶୋଧର କାହାଣୀ ବି ଅଛି। ନିଜେ ସିନେମାରେ ଥିବା ସବୁ ଷ୍ଟଣ୍ଟ ସିନ୍ ଦେଇଛନ୍ତି। ଏହି ସିନେମାରେ ରାଇମୋହନ ,କେ କେ ଏବଂ ଦୈତାରୀ ପଣ୍ଡାଙ୍କ ଭଳି ଖଳନାୟକ ଅଛନ୍ତି। ଏମାନଙ୍କ ସହ କାମ କାରିବାକୁ ଆଗେ ଡର ଲାଗୁଥିଲା ହେଲେ ପରେ ସବୁ ଠିକ୍ ଠାକ୍ ହୋଇଗଲା ବୋଲି କହନ୍ତି ଏଲସା। ‘ତୁ ମୋ ସୁନା ଚଢେଇ’କୁ ନେଇ ବଙ୍ଗୀୟ ନାୟିକା ଏଲସା ଖୁବ୍ ଉତ୍ସାହିତ ଅଛନ୍ତି। ଏହା ଏବେ ରିଲିଜ୍ ଅପେକ୍ଷାରେ ରହିଛି।