ଋଣ ନେଇ ଶୁଝିପାରିଲିନି, ସବୁ ସମ୍ମାନ ହରାଇ ବସିଛି; ଏଭଳି କହି ଜୀବନ ହାରିଲେ କୋରିଓଗ୍ରାଫର

ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଋଣ ନେଲେ ଶୁଝିବାର କ୍ଷମତା ଥିବା ଦରକାର। ହେଲେ ମୁଁ ତାହା କରିପାରିଲି ନାହିଁ। ଏହି କାରଣରୁ ମୁଁ ମୋର ସବୁ ସମ୍ମାନ ହରାଇ ବସିଛି। ଏଭଳି କହି ଜୀବନ ହାରିଲେ ତେଲୁଗୁ କୋରିଓଗ୍ରାଫର ଚୈତନ୍ୟ। ଏପ୍ରିଲ ୩୦ ତାରିଖ ରବିବାର ଦିନ ଚୈତନ୍ୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଚୈତନ୍ୟ ଋଣ ପରିଶୋଧ ନକରିପାରିବାରୁ ଆନ୍ଧ୍ରପ୍ରଦେଶର ନେଲୋରରେ ଫାଶୀ ଲଗାଇ ନିଜ ଜୀବନ ହାରିଥିବା ଜଣାପଡ଼ିଛି। ଲୋକପ୍ରିୟ ତେଲୁଗୁ ନୃତ୍ୟ ସୋ’ ‘ଧି’ରେ ଚୈତନ୍ୟଙ୍କୁ ଦେଖିବାକୁ ମିଳିଥିଲା। ଚୈତନ୍ୟ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ସେ ଆତ୍ମହତ୍ୟା ପଛର କାରଣ ଜଣାଇଥିବା ଦେଖାଯାଇଛି।

ସେ ସେୟାର କରିଥିବା ଭିଡିଓରେ କହିଛନ୍ତି, ‘କୌଣସି ସମସ୍ୟା ଯେମିତି ମୋତେ ଛୁଇଁ ନପାରୁ ସେଥିପାଇଁ ମୋ ମା’, ବାପା ଏବଂ ଭଉଣୀ ମୋର ଭଲ ଯତ୍ନ ନେଇଥିଲେ। ମୁଁ ମୋର ସମସ୍ତ ସାଙ୍ଗମାନଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଅନେକ ଲୋକଙ୍କୁ ହଇରାଣ କରିଛି ଏବଂ ସେଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଟଙ୍କା ପାଇଁ ମୁଁ ମୋର ଭଲ ପଣିଆ ହରାଇ ବସିଛି। ଋଣ ନେଉଥିବା ଲୋକର ଏହାକୁ ଶୁଝିବାର କ୍ଷମତା ମଧ୍ୟ ରହିବା ଉଚିତ୍। କିନ୍ତୁ ମୁଁ ଏହା କରିପାରିଲି ନାହିଁ। ବର୍ତ୍ତମାନ ମୁଁ ନେଲୋରରେ ଅଛି ଏବଂ ଆଜି ମୋର ଶେଷ ଦିନ। ମୋର ଋଣ ସମ୍ବନ୍ଧୀୟ ସମସ୍ୟାର ସାମ୍ନା ମୁଁ ଆଉ କରି ପାରିବି ନାହିଁ।

ସମ୍ବନ୍ଧିତ ଖବର