ମୁମ୍ବାଇ: କିଛି ଦିନ ତଳେ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡ଼ିବା ବେଳେ ସୁପରିଚିତ ମଡେଲ୍ ମିଲିନ୍ଦ ସୋମନଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏ ନେଇ ମିଲିନ୍ଦଙ୍କ ନାମରେ ମାମଲା ବି ରୁଜୁ ହୋଇଥିଲା। ଏବେ ଏହିପରି ଏକ କାରଣରୁ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଏମି ଜେକ୍ସନ।
View this post on Instagram
ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ନିଜର ଏକ ଟପ୍ଲେସ୍ ଫଟୋ ସେୟାର କରି ସମାଲୋଚିତ ହୋଇଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେବା ପରେ ସେ ଚର୍ଚ୍ଚିତ ହେବାରେ ଲାଗିଛନ୍ତି। ତାଙ୍କର ଏହି ଟପ୍ଲେସ୍ ଫଟୋକୁ ୪ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି। ପ୍ରଶଂସକମାନେ ଏହି ଫଟୋରେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି।
View this post on Instagram
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ହଲିଉଡ୍ ଅଭିନେତ୍ରୀ ତଥା ମଡେଲ୍ ଏମି ଜେକ୍ସନ ଏକ ପୁତ୍ର ସନ୍ତାନର ଜନନୀ ସାଜିଛନ୍ତି। ସେ ତାଙ୍କ ଭାବି ସ୍ୱାମୀ ଜର୍ଜ ପନାୟୀଓଟୁଙ୍କ ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ଏମି ତାଙ୍କ ନବଜାତକ ଶିଶୁ ଓ ସ୍ୱାମୀଙ୍କ ସହ ସୋସିଆଲ୍ ମିଡିଆରେ ତାଙ୍କର ଏକ ଫଟୋ ସେୟାର୍ କରି ଏହି ଖବର ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Amy-Jackson-Nude-Photoshoot_Thumbnail.jpg)