ମଡେଲ ଆଲେସିଆଙ୍କ ଭାବପ୍ରବଣ ନୋଟ୍‌: ବଞ୍ଚିଥିବା ପର୍ଯ୍ୟନ୍ତ ଭଲ ପାଉଥିବି

ସିଦ୍ଧାର୍ଥ ବୀର ସୂର୍ଯ୍ୟବଂଶୀଙ୍କ ପତ୍ନୀ ତଥା ମଡେଲ ଆଲେସିଆ ରାଉତ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ନୋଟ୍‌ ଲେଖିଛନ୍ତି। ‘ବଞ୍ଚିଥିବା ପର୍ଯ୍ୟନ୍ତ ଭଲ ପାଉଥିବି ଏବଂ ତୁମେ ମୋର ମାର୍ଗଦର୍ଶକ ହୋଇ ରହିଥିବ।’ ଗତ ୧୧ ତାରିଖରେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିବା ଆମ ପ୍ରିୟ ଟିଭି ତାରକା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପ୍ରେମୀ ସ୍ବାମୀଙ୍କ ଉଦ୍ଦେଶ୍ୟରେ ମଡେଲ୍ ଆଲେସିଆ ଏହି ହୃଦୟ ବିଦାରକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିବା ପରେ ତାଙ୍କର ପ୍ରଶଂସକମାନେ ଏହା ପଢ଼ି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଶୁକ୍ରବାର ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ସିଦ୍ଧାର୍ଥଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ୨୦୧୭ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଆଲେସିଆ ତାଙ୍କ ସ୍ୱାମୀଙ୍କ ପାଇଁ ଏକ ଲମ୍ବା ଭାବପ୍ରବଣ ନୋଟ୍ ଲେଖିବା ପାଇଁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ ଯାଇଥିଲେ। ଇନଷ୍ଟାଗ୍ରାମରେ ୨୦୧୭ ଫେବ୍ରୁଆରି ୨୪ରେ ଉଠାଇଥିବା ସେମାନଙ୍କ ପ୍ରଥମ ଫଟୋ ସେୟାର କରି ଆଲେସିଆ ଲେଖିଛନ୍ତି, ସେହିଦିନଠାରୁ ତୁମେ ସବୁବେଳେ ମୋତେ ହସିବାକୁ, ଜୀବନକୁ ଭଲ ପାଇବାକୁ, ଜୀବନକୁ ଉପଭୋଗ କରିବାକୁ, କିଛି ନୂଆ କରିବାକୁ, ସୀମା ଟପିବାକୁ ଚେଷ୍ଟା କରିବାକୁ ଚାହୁଁଥିଲ। ସବୁବେଳେ ମୋତେ ଠିକ୍ ସମୟରେ ଖାଇବାକୁ ମନେ ପକାଉଥିଲ। ତୁମେ ଏକମାତ୍ର ବ୍ୟକ୍ତି ଯିଏ ବିନା ଭୟରେ ମୋ ହାତ ଧରିଥିଲ ​​ଏବଂ ସବୁବେଳେ ମୋ ପଛରେ ଛିଡା ହେବାକୁ ପ୍ରସ୍ତୁତ ଥିଲ। ମୁଁ ତୁମ ପାଖରେ ଯେମିତି ଶିଶୁଟିଏ ହୋଇ ଯାଇଥିଲି। ତୁମର ହସ, ସମସ୍ତଙ୍କ ପାଇଁ ତୁମ ଆଖିରେ ପ୍ରେମ, ଯତ୍ନଶୀଳ ପ୍ରକୃତି ସମସ୍ତେ ମିସ୍‌ କରିବେ। ତୁମେ ତୁମ ପିଲାମାନଙ୍କୁ ଭଲପାଉଥିବା ପିତା, ସ୍ନେହୀ ସ୍ୱାମୀ, ସ୍ନେହୀ ବନ୍ଧୁ। ତୁମେ ଏକ ଖୁସି ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନରେ ଅଛ। ତୁମକୁ ଭଲ ପାଏ ଏବଂ ବଞ୍ଚିଥିବା ପର୍ଯ୍ୟନ୍ତ ଭଲ ପାଉଥିବି।
ସେଲିବ୍ରିଟିମାନେ ଏହି ପୋଷ୍ଟରେ ସେମାନଙ୍କର ପ୍ରେମ ଏବଂ ଗଭୀର ସମବେଦନା ଜଣାଇଛନ୍ତି। ଅଭିନେତା ସିଦ୍ଧାର୍ଥଙ୍କୁ ୪୬ ବର୍ଷ ହୋଇଥିଲା। ସେ କୁସୁମ୍‌, କସୌଟି ଜିନ୍ଦେଗୀ କେ, କ୍ୟୁଁ ରିସ୍ତୋଁ ମେ କଟି ବଟି ଏବଂ ଜିଦି ଦିଲ୍‌ ମାନେ ନା ଭଳି ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର