ଦୀର୍ଘ ୫ ବର୍ଷର ସଂଘର୍ଷ ପରେ କିସିଂ କିଙ୍ଗ୍‌ଙ୍କ ଘରକୁ ଖୁସି ଫେରିଲା; ପୁଅ ଆୟାନ୍‌ ଏବେ କର୍କଟ ମୁକ୍ତ

ମୁମ୍ବାଇ: କିସିଂ କିଙ୍ଗ୍‌ ଇମ୍ରାନ୍‌ ହାସ୍ମିଙ୍କ ପ୍ରଶଂସକମାନନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଇମ୍ରାନଙ୍କ ୯ ବର୍ଷର ପୁଅ ଆୟାନ୍‌ ଦୀର୍ଘ ୫ ବର୍ଷ ଧରି କର୍କଟ ରୋଗ ସହ ଲଢ଼େଇ କରିବା ପରେ ଶେଷରେ ରୋଗକୁ ହରାଇ ଦେଇ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତିି। ପୂରା ୫ ବର୍ଷର ସଂଘର୍ଷ ପରେ ନିଜ ପୁଅକୁ କକର୍ଟ ମୁକ୍ତ ବୋଲି ଇନ୍‌ଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି ଇମ୍ରାନ। ଏଥିପାଇଁ ସେ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇ ନିଜର ଖୁସି ବ୍ୟକ୍ତି କରିଛନ୍ତି।

‘ପାଞ୍ଚ ବର୍ଷ ପରେ ଆଜି ଆୟନଙ୍କୁ କର୍କଟ ମୁକ୍ତ ଘୋଷଣା କରାଯାଇଛି। ଏହା ଏକ ଯାତ୍ରା ଥିଲା। ସମସ୍ତଙ୍କୁ ଆପଣମାନଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ୍‌। ସମସ୍ତ କର୍କଟ ପୀଡ଼ିତଙ୍କ ପାଇଁ ଭଲପାଇବା ଓ ପ୍ରାର୍ଥନା। ଆଶା ଓ ବିଶ୍ୱାସ ଏକ ଲମ୍ବା ରାସ୍ତା ନିର୍ଣ୍ଣୟ କରିପାରେ। ଆପଣ ଏହି ଲଢ଼େଇକୁ ନିଶ୍ଚୟ ଜିତି ପାରିବେ।’ ବୋଲି ଇମ୍ରାନ୍‌ ଇନ୍‌ଷ୍ଟାରେ ଲେଖିଛନ୍ତି।

 

ଇମ୍ରାନଙ୍କ ପୁଅ ଆୟାନ ୨୦୧୦ ମସିହାରେ ଜନ୍ମ ଗ୍ରହଣ କରିଥିଲା। ଇମ୍ରାନ ଓ ପତ୍ନୀ ପରଭିନ ଶାହାଣୀଙ୍କର ଆୟାନ ହେଉଛନ୍ତି ପ୍ରଥମ ପିଲା। ୨୦୧୪ ମସିହାରେ ଆୟାନକୁ କର୍କଟ ହୋଇଥିବା ଜଣାପଡ଼ିଥିଲା। ତା’ପରେ ଇମ୍ରାନ ପୂରା ବଲିଉଡ୍‌ରୁ ବିଦାୟ ନେଇ ନିଜ ପୁଅର ଚିକିତ୍ସା କରାଇବାରେ ଲାଗିପଡ଼ିଥିଲେ।

ସମ୍ବନ୍ଧିତ ଖବର