ପ୍ରଥମ ଥରଲାଗି ଏହି କାମ କଲେ ଇମ୍ରାନ୍‌ ହାସମୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ଇମ୍ରାନ୍‌ ହାସମୀ ଏବେ ପ୍ରଥମ ଥରପାଇଁ ଏକ ଭୂମିକାରେ ଆସୁଛନ୍ତି। ହଁ ,ସେ ‘ଫାଦର୍ସ ଡେ’ ଟାଇଟଲରେ ନିର୍ମିତ ଏକ ହିନ୍ଦୀ ସିନେମାରେ ଜଣେ ଟପ୍‌ ଡିଟେକ୍ଟିଭ ଚରିତ୍ରରେ ନଜର ଆସିବେ।
ଏହି ଫିଲ୍ମରେ ଇମ୍ରାନ୍‌ ଜଣେ ଡିଟେକ୍ଟିଭ୍‌ ଭୂମିକାରେ ଅଭିନୟ କରୁଛନ୍ତି। ଏହାର କାହାଣୀ ଭାରତର ନାମୀ ଡିଟେକ୍ଟିଭ୍‌ ସୂର୍ଯ୍ୟକାନ୍ତ ପାଟିଲ୍‌ଙ୍କ ଜୀବନୀ ଉପରେ ଆଧାରିତ। ଏହି ଡିଟେକ୍ଟିଭ ଜଣକ କେତେକ ଅପହୃତ ଶିଶୁଙ୍କୁ ଉଦ୍ଧାର କରିଥିଲେ।
‘ଫାଦର୍ସ ଡେ’ ପ୍ରଖ୍ୟାତ ଗୁଜୁରାତୀ ଲେଖକଙ୍କ ପୁସ୍ତକ ‘ଦୃଶ୍ୟମ୍‌ ଅଦୃଶ୍ୟମ୍‌’ ଉପରେ ଆଧାରିତ। ଏଥିରେ ପିତା-ପୁତ୍ରର ଭାବପ୍ରବଣ କାହାଣୀ ରହିଛନ୍ତି। ଏହି ଫିଲ୍ମରେ ଇମ୍ରାନ ହାସମୀଙ୍କ ପିତା ଭୂମିକାରେ ନଜର ଆସିବେ ଲୋକପ୍ରିୟ ଅଭିନେତା ଋଷି କପୁର। ଏଥିରେ ଇମ୍ରାନ୍‌ ହାସମୀଙ୍କ ଶ୍ରେୟା ଧନ୍ଵନ୍ତରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।


‘ଫାଦର୍ସ ଡେ’ ର ନିର୍ଦ୍ଦେଶନା ଦେଉଛନ୍ତି ଶାନ୍ତନୁ ବାଗ୍‌ଚୀ। ଏହି ଫିଲ୍ମରେ କେବଳ ଇମ୍ରାନ୍‌ ଅଭିନୟ କରୁନାହାନ୍ତି। ବରଂ ସେ ଏହାର ପ୍ରଯୋଜନା ମଧ୍ୟ କରିଛନ୍ତି। ଇମ୍ରାନ୍‌ ହାସମୀ ପ୍ରିୟା ଗୁପ୍ତା ଓ କଳ୍ପନା ଉଡାୟାରଙ୍କ ସହିତ ମିଶି ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର