ଜିମରେ ପ୍ରଥମ ଦେଖା, ଆଜି ନିର୍ବନ୍ଧ: ବିବାହ ବନ୍ଧନରେ ଖୁବ ଶୀଘ୍ର ବାନ୍ଧି ହେବେ ଆମୀର ଖାନଙ୍କ ଗେହ୍ଲି ଝିଅ

ମୁମ୍ବାଇ: ଜିମରେ ପ୍ରଥମ ଦେଖା | ଏକ ପାର୍ଟିରେ ପ୍ରପୋଜ | ଆଉ ଆଜି ନିର୍ବନ୍ଧ | ବଲିଉଡ ଅଭିନେତା ଆମୀର ଖାନଙ୍କ ଗେହ୍ଲି ଝିଅ ଆୟରା ଖାନ ଓ ତାଙ୍କର ଦୀର୍ଘ ଦିନର ପ୍ରେମିକ ନୁପୁର ଶିଖରଙ୍କ ମଧ୍ୟରେ ନିର୍ବନ୍ଧ ହୋଇଛି | ଆୟରା ଖାନ ତାଙ୍କ ନିର୍ବନ୍ଧ ସମାରୋହରେ ତାଙ୍କ ପ୍ରେମିକ ନୁପୁରଙ୍କ ହାତ ଧରିଥିବାର ନଜର ଆସିଥିଲେ। ଲାଲ୍ ଗାଉନରେ ଆୟରାଙ୍କ ଖୁବ ସୁନ୍ଦର ଦେଖାଯାଉଥିବାବେଳେ ତାଙ୍କ ପ୍ରେମିକ ଏକ କଳା ଟକ୍ସେଡୋରେ ପିନ୍ଧିଥିବାର ଦେଖିବାକୁ ମିଳିଥିଲା |

ଉଭୟ ଗଣମାଧ୍ୟମ ସାମ୍ନାରେ ରୋମାଣ୍ଟିକ୍ ପୋଜ୍ କରୁଥିବା ନଜର ଆସିଥିଲେ। କିଛି ମାସ ପୂର୍ବରୁ, ଏକ କନସର୍ଟ ସମୟରେ ନୁପୁର ଆୟାର ଖାନଙ୍କୁ ପ୍ରପୋଜ କରିଥିଲେ | ଆୟରା ଏବଂ ନୁପୁରଙ୍କ ହଠାତ୍ ନିର୍ବନ୍ଧ ହେବା ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ନିର୍ବନ୍ଧ ସମାରୋହରେ ଉଭୟଙ୍କ ପରିବାରର ନିକଟତମ ସଦସ୍ୟ ଉପସ୍ଥିତ ଥିଲେ |ଆୟରା ଏବଂ ନୁପୁରର ପ୍ରେମ କାହାଣୀ ଖୁବ ସୁନ୍ଦର | ନୁପୁର ଏବଂ ଆୟରାର ପରସ୍ପରକୁ ପ୍ରଥମେ ଏକ ଜିମରେ ଭେଟିଥିଲେ | ଏହାପରେ ଉଭୟଙ୍କ ପ୍ରେମ ଗାଡି ଆଗକୁ ବଢିଚାଲିଥିଲା |

ସମ୍ବନ୍ଧିତ ଖବର