ଧୁମ୍‌ଧାମ୍‌ରେ ହେଲା ଅର୍ଜୁନ କପୁରଙ୍କ ଜନ୍ମଦିନ ପାଳନ, ନଜର ଆସିଲେ ଅନେକ ବଲିଉଡ୍‌ କଳାକାର

ମୁମ୍ବାଇ: ଜୁନ୍‌ ୨୬ ତାରିଖରେ ଜୀବନର ଆଉ ଏକ ନୂଆ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍‌ କଳାକାର ଅଜୁର୍ନ କପୁର। ତାଙ୍କ ଜନ୍ମଦିନ ଉତ୍ସବରେ ବଲିଉଡର ଅନେକ କଳାକାର ଅର୍ଜୁନଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଛନ୍ତି। ଅର୍ଜୁନଙ୍କ ଜନ୍ମଦିନ ପାର୍ଟି ବିଳମ୍ବିତ ରାତିରେ ତାଜ୍‌ ଲ୍ୟାଣ୍ଡ୍‌ସ୍ ଏଣ୍ଡ୍‌ କୋଲାବାରେ ଆୟୋଜିତ ହୋଇଥିବା ସୂଚନା ରହିଛି। ବଲିଉଡ୍‌ କଳାକାଳମାନେ ନିର୍ଦ୍ଦାରିତ ସ୍ଥାନରେ ପହଞ୍ଚି ତାଙ୍କ ଜନ୍ମଦିନରେ ଖୁବ୍ ମସ୍ତି କରିଛନ୍ତି।

ଅନେକ ବଲିଉଡ୍‌ ତାରକାଙ୍କ ‌ସମେତ ଅର୍ଜୁନଙ୍କ ପରିବାର ଲୋକଙ୍କୁ ମଧ୍ୟ ତାଙ୍କ ଜନ୍ମଦିନ ଉତ୍ସବରେ ଦେଖିବାକୁ ମିଳିଥିଲା। ଭଉଣୀ ଅଂଶୁଳା, ଜାହ୍ନବୀ, ଖୁସିଙ୍କ ବ୍ୟତୀତ ମୋହିତ ମାରୱା ଆଦିଙ୍କୁ ଦେଖିବାକୁ ମିଳିଥିଲା।

 

 

View this post on Instagram

 

A post shared by Arjun Kapoor (@arjunkapoor)

ଏମାନଙ୍କ ବ୍ୟତୀତ ସେଲିବ୍ରେଟିମାନଙ୍କ ଭିତରେ ରଣବୀର କପୁର, ଆଲିଆ ଭଟ୍ଟ, ରଣବୀର ସିଂହ, କରଣ ଜୋହରଙ୍କ ସମେତ କିଛି ସାଉଥ୍‌ ଷ୍ଟାର୍‌ଙ୍କୁ ବି ଦେଖିବାକୁ ମିଳିଥିଲା।

 

ସମ୍ବନ୍ଧିତ ଖବର