ସଲମାନଙ୍କ ଗୀତରେ ଝୁମିଲେ ଇଶା ଦେଓଲ : ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ଡ଼୍ରିମଗର୍ଲ ହେମା ମାଲିନୀଙ୍କ ବଡ଼ ଝିଅ ଇଶା ଦେଓଲ ବଲିଉଡ଼ରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମଧ୍ୟ ତାଙ୍କୁ ଖାସ ସଫଳତା ମିଳିନଥିଲା। ତେବେ ବର୍ତ୍ତମାନ କିଛି ଦିନ ହେବ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଇଶା ଦେଓଲ । ଏବେ ଇଶାଙ୍କ ଦିଅର ଦେବେଶ ତଖତାନିଙ୍କ ବିବାହ ହୋଇଥିଲା। ଦିଅରର ବିବାହରେ ଇଶା ସଲମାନଙ୍କ ଅଭିନୀତ ଏକ ଗୀତରେ ଖୁବ ଝୁମିଥିବାର ଦେଖା ଯାଇଥିଲା । ବର୍ତ୍ତମାନ ତାଙ୍କ ନାଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 ୨୦୧୨ ମସିହାରେ ଭରତ ତଖତାନିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଇଶା ୨୦୧୬ ମସିହାରେ ଏକ ଶିଶୁପୁତ୍ରୀକୁ ଜନ୍ମ ଦେଇଥିଲେ । ବିବାହ ପରେ ଚର୍ଚ୍ଚାରୁ ଦୂରରେ ରହିଥିବା ଇଶା ତାଙ୍କ ଦିଅରର ବିବାହକୁ ନେଇ ମିଡ଼ିଆରେ ଆଲୋଚନାର ବିଷୟ ପାଲଟିଛନ୍ତି । ଇଶା ସଲମାନଙ୍କ ‘ଝୁମେକି ରାତ ହୈ’ ଗୀତରେ ତାଙ୍କ ଦିଅର ଏବଂ ସ୍ୱାମୀଙ୍କ ସହିତ ଠୁମକା ଲଗାଇଥିଲେ । ତେବେ ବିବାହରେ ହେମା ମାଲିନୀ ଏବଂ ନଣନ୍ଦ ତଓ୍ଵି ଗୁପ୍ତାଙ୍କ ସହିତ ମଧ୍ୟ ସୋସିଆଲ ମିଡିଆରେ ଇଶା ଫଟୋ ପୋଷ୍ଟ କରିଥିଲେ ।

ସମ୍ବନ୍ଧିତ ଖବର