ମାଆ ହେଲେ ଅଭିନେତ୍ରୀ ଇଶା ଦେଓଲ

ବଲିଉଡର ହିମ୍ୟାନ ଭାବେ ଜଣାଶୁଣା ଧର୍ମେନ୍ଦ୍ର ଓ ସ୍ୱପ୍ନ ସୁନ୍ଦରୀ ହେମାମାଳିନିଙ୍କ କନ୍ୟା ଅଭିନେତ୍ରୀ ଇଶା ଦେଓଲ ମାଆ ହୋଇଛନ୍ତି । ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଇଶା ଦେଓଲ । ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ସେ କନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି । ସେମାନେ ସକାଳ ୧୧.୩୦ରେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଜଣାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏପ୍ରିଲରେ ସେ ଗର୍ଭବତୀ ଥିବା ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଇଶା । ଇଶା ଦେଓଲଙ୍କ ବିବାହ ଭରତ ତକ୍ଷାନୀଙ୍କ ସହ ହୋଇଥିଲା । କିଛି ଦିନ ଡେଟିଂ କରିବା ପରେ ୨୦୧୨ ମସିହା ଜୁନ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୧୫ ପରଠୁ ଇଶାଙ୍କୁ ବଡ ପରଦାରେ ଦେଖିବାକୁ ମିଳିନାହିଁ । ଶେଷଥର ପାଇଁ ୨୦୧୫ରେ ରିଲିଜ ବହୁଭାଷୀ ଫିଲ୍ମ ‘କିଲ ଦେମ ୟଙ୍ଗ’ ରେ ଇଶା ନଜର ଆସିଥିଲେ ।

ସମ୍ବନ୍ଧିତ ଖବର