ହୋଟେଲ ମାଲିକଙ୍କୁ ନେଇ ଇଶାଙ୍କ ଆରୋପ, କହିଲେ; ସେ ଆଖିରେ ମୋ ସହ ଦୁଷ୍କର୍ମ କରୁଥିଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା ଏକ ହୋଟେଲ ମାଲିକଙ୍କ ଉପରେ ନିଜ ସହ ଅନୁଚିତ ବ୍ୟବହାର କରିଥିବା ନେଇ ଆରୋପ ଲଗାଇଛନ୍ତି । ଫିଲ୍ମ ରିଳିଜ୍‌ ହେବା ପରେ ନିଜ ବନ୍ଧୁଙ୍କ ସହ ଦିନଟିକୁ ବିତାଇବା ପାଇଁ ହୋଟେଲ ପହଞ୍ଚିଥିଲେ ଇଶା । ସେଠାରେ ହୋଟେଲର ମାଲିକ ରୋହିତ ବିଗ୍‌ ତାଙ୍କୁ ଖରାପ ନଜରରେ ଦେଖିଥିଲେ । ଏ ବିଷୟରେ ଟୁଇଟ୍‌ କରି ଜଣାଇଛନ୍ତି ଇଶା । ରୋହିତ ଆଖିରେ ଆଖିରେ ତାଙ୍କର ଦୁଷ୍କର୍ମ କରିଥିବା ଲେଖିଛନ୍ତି ଇଶା ।

ସୂଚନା ମୁତାବକ, ଶୁକ୍ରବାର ଇଶା ଗୁପ୍ତାଙ୍କ ଫିଲ୍ମ ‘ଓ୍ଵାନ ଡେ ଜଷ୍ଟିସ ଡେଲିଭର୍ଡ’ ରିଲିଜ୍‌ ହୋଇଥିଲା । ଫିଲ୍ମ ରିଲିଜ୍‌ ପରେ ଇଶା ନିଜ ବନ୍ଧୁମାନଙ୍କୁ ନେଇ ହୋଟେଲ ପହଞ୍ଚିଥିଲେ । ଏହା ପରେ ତାଙ୍କ ସହ ଯାହା ଘଟିଥିଲା ତାହା ଟୁଇଟ୍‌ କରି ଜଣାଇଛନ୍ତି ଇଶା ।

ଯଦି ମୋ ଭଳି ଜଣେ ମହିଳା ଅସୁରକ୍ଷିତ ମନେ କରୁଛନ୍ତି, ତେବେ ଦେଶରେ ଥିବା ଅନ୍ୟ ମହିଳା କିଭଳି ଅନୁଭବ କରୁଥିବେ । ମୋ ସହ ଦୁଇଟି ଗାର୍ଡ ଥାଇ ମଧ୍ୟ ମୁଁ ଡରିଥିଲି । ରୋହିତ ଆଖିରେ ହିଁ ମୋ ସହ ଦୁଷ୍କର୍ମ କରିଥିଲେ । ରୋହିତଙ୍କ ଭଳି ଲୋକ, ଯିଏ ମହିଳାଙ୍କୁ ଅନାଇବା ସହ ତାଙ୍କୁ ଅସହଜ ମନେ କରାଇଥାନ୍ତି । ଏଭଳି କରିବା ସେମାନଙ୍କୁ କିଛି ଭୁଲ ବୋଲି ଲାଗେ ନାହିଁ । ସେ ମୋତେ ଛୁଇଁ ନାହାନ୍ତି କି କିଛି କହି ନାହାନ୍ତି । କିନ୍ତୁ ତାଙ୍କ ନଜରରେ ସେ ବହୁତ କିଛି କରି ସାରିଥିଲେ ବୋଲି ଲେଖିଛନ୍ତି ଇଶା ।

ସମ୍ବନ୍ଧିତ ଖବର