ସନ୍ନି ଲିଓନ୍‌ଙ୍କ ସହ ବିଜ୍ଞାପନ କରିବା ପାଇଁ ଇଶା ରଖିଥିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ: ଗୋଟିଏ ବିଜ୍ଞାପନରେ ଦୁଇ ଜଣ ବୋଲଡ ଅଭିନେତ୍ରୀ ଆସିବାର ଯୋଜନା ଥିଲା। ଏହି ଦୁଇ ଅଭିନେତ୍ରୀ ହେଲେ ଇଶା ଗୁପ୍ତା ଓ ସନ୍ନି ଲିଓନ। ତେବେ ସନ୍ନି ଲିଓନ ଓ ଇଶା ଗୁପ୍ତାଙ୍କୁ ଏକାଠି ଏକ କଣ୍ଡୋମର ବିଜ୍ଞାପନ ପାଇଁ ସାଇନ୍‌ କରାଯାଇଥିଲା। ଇଶା ଗୁପ୍ତାଙ୍କୁ ମଧ୍ୟ ଏହି ବିଜ୍ଞାପନ କରିବାର ଯୋଜନା ଖୁବ୍‌ ପସନ୍ଦ ଆସିଥିଲା।

ଏକ କଣ୍ଡୋମ ନିର୍ମାତା କମ୍ପାନି ଅଭିନେତ୍ରୀ ଇଶା ଗୁପ୍ତାଙ୍କୁ ତାଙ୍କ କମ୍ପାନିର ବିଜ୍ଞାପନ କରିବା ପାଇଁ କହିଥିଲେ। ତେବେ ଏହି କଣ୍ଡୋମ କମ୍ପାନିର ବିଜ୍ଞାପନ ପୂର୍ବରୁ ହିଁ ସନ୍ନି ଲିଓନ୍‌ କରିସାରିଛନ୍ତି। ତେବେ ଏହି ଦୁଇ ଅଭିନେତ୍ରୀ ଏକାଠି ବିଜ୍ଞାପନ କଲେ ତାଙ୍କ ପ୍ରଡକ୍ଟଟି ଅଧିକ ଲୋକପ୍ରିୟତା ହାସଲ କରିବ ବୋଲି ବିଚାର କରିଥିଲେ କମ୍ପାନି ପରିଚାଳନା।

କମ୍ପାନି ଇଶା ଗୁପ୍ତାଙ୍କ ସହିତ ଏହି ପ୍ରସ୍ତାବ ସମ୍ପର୍କରେ କଥା ହୋଇଥିଲେ। ଇଶା କହିଥିଲେ, ସେ ସନ୍ନି ଲିଓନ୍‌ଙ୍କ ଠାରୁ ଦୁଇଗୁଣା ଅଧିକ ପାରିଶ୍ରମିକ ନେବେ ତାହାଲେ ଯାଇ ସେ ଏହି ବିଜ୍ଞାପନ ପାଇଁ କାମ କରିବେ। ତେବେ ଇଶାଙ୍କ ଏହି ଦାବି ପୁରଣ କରିବା କମ୍ପାନି ପକ୍ଷେ ସମ୍ଭବ ନଥିଲା। ତେଣୁ ସେ ଇଶା ଗୁପ୍ତଙ୍କୁ ତାଙ୍କ କଣ୍ଡୋମ ବିଜ୍ଞାପନରେ ନେବେ ନାହିଁ ବୋଲି ସ୍ଥିର କରିଥିଲେ।

ଇଶା ସମ୍ପ୍ରତି ନିଜର ବୋଲଡ ଓ ବିକିନି ଫଟୋସୁଟ ପାଇଁ ଚର୍ଚ୍ଚାର ପରିସରରେ ରହିଛନ୍ତି। ତେବେ ଇଶାଙ୍କ ‘ବାଦ୍‌ସାହୋ’ ସିନେମା ରିଲିଜ ହେବା ପରେ ଦର୍ଶକ ତାଙ୍କ ବୋଲଡ ଅନ୍ଦାଜ ଦେଖିବାକୁ ପାଇଥିଲେ। ଯେବେଠାରୁ ସେ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଯୋଡ଼ି ହୋଇଛନ୍ତି ସେବେଠାରୁ ନିଜର ବୋଲଡ ଫଟୋ ସେୟାର କରିବାରେ ଲାଗିଛନ୍ତି। ତେବେ ଇଶା ତାଙ୍କ ବୋଲଡ ଅନ୍ଦାଜ ଫଟୋ ପାଇଁ ଅନେକ ସମୟରେ ବିବାଦ ଘେରକୁ ମଧ୍ୟ ଆସିଛନ୍ତି।

ସମ୍ବନ୍ଧିତ ଖବର