ମୁମ୍ବାଇ: ଅଭିନେତ୍ରୀ ଈଶା ଗୁପ୍ତା ତାଙ୍କ ପ୍ରେମିକ ମାନୁଏଲ୍ କ୍ୟାମ୍ପସ୍ଙ୍କ ସହ ନିଜ ସଂପର୍କକୁ ଆନୁଷ୍ଠାନିକ ଭାବେ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି। ସେ ତାଙ୍କ ସହ ନିଜର ଏକ ଫଟୋ ସେୟାର୍ କରି ନିଜ ସଂପର୍କକୁ ନେଇ ଖୁଲାଖୁଲି ଭାବେ ଜଣାଇଛନ୍ତି। ମାନୁଏଲ୍ ସ୍ପେନ୍ର ଜଣେ ବ୍ୟବସାୟୀ ଭାବେ ବେଶ୍ ପ୍ରସିନ୍ଧି ଲାଭ କରିଛନ୍ତି।
ଈଶା ଇନ୍ଷ୍ଟାରେ ଏକ ଯୁଗଳ ଫଟୋ ଦେଇ ଲେଖିଛନ୍ତି, ‘ତେ ଆମ ମୁଚୋ ମି ଆମୋର୍’। ଯାହାର ଓଡ଼ିଆ ଅର୍ଥ ହେଉଛି ‘ମୁଁ ତୁମକୁ ବହୁତ ଭଲପାଏ।’
ଫଟୋରେ ଈଶା ତାଙ୍କ ପ୍ରେମିକଙ୍କ ହାତରେ ହାତ ଛନ୍ଦି ଛିଡ଼ା ହୋଇଥିବାର ଫଟୋରେ ଦେଖିବାକୁ ମିଳିଛି। ନିକଟରେ ଈଶା ଏକ ସାକ୍ଷାତ୍କାରେ ବିନା ପରିଚୟରେ ମାନୁଏଲ୍ଙ୍କ ବିଷୟରେ ଟିକେ ସୂଚନା ଦେଇଥିଲେ। ସେ ସାକ୍ଷାତ୍କାରରେ କହିଥିଲେ ଯେ ତାଙ୍କ ପ୍ରେମିକ ସ୍ପେନ୍ରେ ରହନ୍ତି।
ସାରା ବିଶ୍ବରରେ କରୋନା ଭାଇରସ୍ ଭୟର ଆତଙ୍କ ଖେଳାଇ ଦେଇଥିବା ନେଇ ଈଶା କହନ୍ତି, ‘ଏପରି ପରିସ୍ଥିତିରେ ମୁଁ ନିଜକୁ ଶାନ୍ତ ରଖି ମୋ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଚାହେଁ। ଏହା ଏକ ଯୁଦ୍ଧ ପରି। ଅନ୍ୟ ଲୋକଙ୍କ ପରି ମୁଁ ଆବଶ୍ୟକଠାରୁ ଅଧିକ ଖାଦ୍ୟ ମଗାଇ ତାହାକୁ ନଷ୍ଟ କରେ ନାହିଁ। ମୁଁ ଆଜି ଯେତେ ସଞ୍ଚୟ କରିବି ମୋର କାଲି ସେତେ ସୁନ୍ଦର ହେବ।’