ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ବିବାହ କରିବା ଖବରକୁ ନେଇ ମୁହଁ ଖୋଲିଲେ ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା
ମୁମ୍ବାଇ: କିଛି ଦିନ ହେବ ଭାରତୀୟ କ୍ରିକେଟର ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଛି । ଏମିତି କି ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଖବର ମିଳିଛି । ଦୁହେଁ ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଇ ନଥିବା ବେଳେ ଅନେକ ସମୟରେ ଦୁହିଁଙ୍କୁ ଏକା ସାଙ୍ଗରେ ସମୟ ବିତାଉଥିବା ଦେଖି ଲୋକମାନଙ୍କର ସନ୍ଦେହ ବଢ଼ିବାରେ ଲାଗିଛି ।

ତେବେ ଏତେ ସବୁ ଚର୍ଚ୍ଚା ପରେ ବିବାହକୁ ନେଇ ମୁହଁ ଖୋଲିଛନ୍ତି ଇଶା । ହାର୍ଦ୍ଦିକଙ୍କ ସହ ଥିବା ସଂପର୍କ ବିଷୟରେ କିଛି ନ କହି, ମୁଁ ଏବେ ବିବାହ କରୁ ନାହିଁ ବୋଲି କହିଛନ୍ତି ଇଶା । ଯେତେବେଳେ ବିବାହ କରିବି ସମସ୍ତଙ୍କୁ ଜଣାଇବି ବୋଲି ଇଶା କହିଛନ୍ତି । ଅନ୍ୟ ପକ୍ଷରେ ଦୁହେଁ ଏକା ସାଙ୍ଗରେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ କରୁଥିବା ବେଳେ ପରସ୍ପରକୁ ଜାଣୁଥିବା ସୂଚନା ମିଳିଛି । ଯଦି ସବୁ କିଛି ଠିକ୍ ରୁହେ ତେବେ ଖୁବ୍ ଶୀଘ୍ର ପୁଣି ଜଣେ ବଲିଉଡ୍ ଅଭିନେତ୍ରୀ ଏବଂ କ୍ରିକେଟ ତାରକା ଏକାଠି ହେବେ ।