କାହାକୁ ସବୁଠୁ ବେଶୀ ଘୃଣା କରନ୍ତି ବଲିଉଡର ଏହି ହଟ୍ ନାୟିକା?
ମୁମ୍ବାଇ:ବଲିଉଡର ହଟ୍ ନାୟିକା ଈଶା ଗୁପ୍ତା ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ହେଲେ ଆପଣ ଜାଣନ୍ତି କି ଈଶା ଗୁପ୍ତା ଜଣେ ଲୋକଙ୍କୁ ଭାରି ଘୃଣା କରନ୍ତି। ଏବେ ଆପଣ ଜାଣିବାକୁ ଚାହିଁବେ ସେହି ଲୋକଟି କିଏ । ହଁ ସେ ହେଉଛନ୍ତି ତାଙ୍କର ଫିଟନେସ୍ ଟ୍ରେନର୍ ବିକାଶ। ଏବେ ପୁଣି ପ୍ରଶ୍ନ ସୃଷ୍ଟି ହେଉଥିବ ଯେ ବିକାଶ ଏମିତି କ’ଣ କଲେ ଯେ ତାଙ୍କ ଉପରେ ଈଶାଙ୍କର ଏତେ ରାଗ। ଅସଲ କଥା ହେଲା ଯେ ଫିଟନେସ୍ ଟ୍ରେନର୍ ବିକାଶ ତାଙ୍କୁ ବହୁତ ପରିଶ୍ରମ କରାଇଥାନ୍ତି। ଏହାର କାରଣ ହେଲା ଏକ ଫିଟ୍ ଏବଂ ସେକ୍ସି ବଡ଼ି ପାଇଁ କଠିନ ପରିଶ୍ରମ ଜରୁରୀ। ଯେଉଁଭଳି ବ୍ୟାୟାମ ଡାଏଟିଂ ଆଦି କରିବାକୁ ପଡ଼ିବ ତାହାର ନିର୍ଦ୍ଦେଶ ଦିଅନ୍ତି ବିକାଶ। ଏହାକୁ ନେଇ ଖୁବ୍ ବିରକ୍ତ ହୁଅନ୍ତି ଈଶା ଗୁପ୍ତା ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅଜୟ ଦେବଗନ ଷ୍ଟାରର୍ ଫିଲ୍ମ ‘ବାଦଶାହୋ’ରେ ନଜର ଆସିଥିବାଏହି ନାୟିକାଙ୍କର ଭ୍ୟାନ୍ରେ ଏକ କଳା ରଙ୍ଗର ମିନିସ୍କର୍ଟ ପିନ୍ଧା ଫଟୋ କିଛି ମାସ ତଳେ ଭାଇରାଲ ହେବାରେ ଲାଗିଥିଲା। ଠିକ୍ ସେହିପରି ସେ ସପିଂ କରିବା ସମୟରେ ଏକ ସ୍ଲିଭଲେସ୍ ବାନିଅନ୍ ପିନ୍ଧା ଫଟୋ ବି କିଛି କମ୍ ଚର୍ଚ୍ଚା ସାଉଁଟି ନ ଥିଲା। ଅପରପକ୍ଷରେ ଶିଲ୍ପା ସେଟ୍ଟିଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟର ଫଟୋ ବି ବେଶ ଭାଇରାଲ୍ ହୋଇଥିଲା। ମୁମ୍ବାଇ ଏୟାରପୋର୍ଟରେ ନିଆଯାଇଥିବା ଏକ ଫଟୋ ବି ଇଣ୍ଟରନେଟ ଜଗତରେ ନିଆଁ ଲଗାଇଥିଲା । ଏହାପରେ ସେ ପୁଣି ନିଜର ଏକ ବୋଲଡ ଫଟୋ ଇନ୍ଷ୍ଟାଗ୍ରାମରେ ସେଆର୍ କରିଥିଲେ। ଏହି ଫଟୋରେ ଈଶା ଗୁପ୍ତାଙ୍କ ଦେହରେ କପଡ଼ା ନଥିବା ଦେଖିବାକୁ ମଳିଥିଲା।
ଈଶା ଗୁପ୍ତା ୨୦୦୭ରେ ମିସ୍ ଇଣ୍ଡିଆ ଇଣ୍ଟରନେସନାଲ୍ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ବଲିଉଡରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଜନ୍ନତ୍-୨’। ପ୍ରଥମ ସିନେମାରେ ହିଁ ଈଶା ଗୁପ୍ତା ପାଇଥିଲେ ଫିଲ୍ମ ଫେଆର ବେଷ୍ଟ ଫିମେଲ ଡେବ୍ୟୁ ଆଓ୍ଵାର୍ଡ। ଏହାପରେ ତାଙ୍କୁ ‘ଚକ୍ରବ୍ୟୁହ’, ‘ହମସକଲସ୍’,‘ରୁସ୍ତମ୍’, ରାଜ ଥ୍ରି ଡି ଏବଂ ‘ବାଦଶାହୋ’ ଆଦି ହିନ୍ଦୀ ସିନେମାରେ ଦେଖିବାକୁ ମିଳିଛିା ତେବେ ସେ ଏଯାବତ୍ ଟପ୍ ନାୟିକା ବନ ପାରି ନାହାନ୍ତି।