ଏକାକୀ ଥିଲେ ବି ସବୁବେଳେ ବିବାହ କରିବାକୁ ଚାହେଁ: ସୋନାକ୍ଷୀ

ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଇଣ୍ଡିଆ ଟୁଡେର କାର୍ଯ୍ୟକ୍ରମ ଇ-ମାଇଣ୍ଡ୍‌ ରକ୍‌ସ୍‌ ୨୦୨୦ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଛନ୍ତି, ମୁଁ ଏଯାଏ ଏକାକୀ ରହିଥିଲେ ବି ବିବାହ କରିବାର ଇଚ୍ଛା ସବୁବେଳେ ମୋର ରହିଆସିଛି। ଏଥିସହ ସେ କହିଛନ୍ତି, ମୁଁ ନିଜ ଉପରେ ଗର୍ବିତ ଯେ ମୁଁ ମୋର ନିଜର ଏକ କ୍ୟାରିୟର କରିବାରେ ସଫଳ ହୋଇଛି ଓ ଏମିତି ଏକ ସ୍ଥାନରେ ପହଞ୍ଚିପାରିଛି, ଯେଉଁଠି ମୁଁ ଉପଯୁକ୍ତ ଜୀବନ ସାଥୀଟିଏ ପାଇଁ ଅପେକ୍ଷା କରିପାରିବି। ଏହି ଗୋଟିଏ କଥା ଏବେ ବାକି ରହିଯାଇଛି, ଯାହା ପାଇଁ ମୁଁ ଅପେକ୍ଷା କରି ରହିଛି। ଏଥିସହ ସୋନାକ୍ଷୀ ନିଜକୁ ଭଲପାଇବା ଓ ନିଜ ଉପରେ ସନ୍ତୁଷ୍ଟ ରହିବା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ, ନିଜକୁ ଭଲ ପାଇବା ଓ ନିଜ ଭିତରେ ସନ୍ତୁଷ୍ଟ ରହିବା ଜୀବନରେ ବହୁତ ଗୁରୁତ୍ବ ବହନ କରେ। ନିଜଠାରୁ ହିଁ ସବୁ କିଛି ଆରମ୍ଭ ହୁଏ। ନିଜେ ଖୁସି ରହିବା ସହ ନିଜେ କରୁଥିବା କାମ ଉପରେ ସନ୍ତୁଷ୍ଟ ରହିବା ଉଚିତ। ତେବେ ଯାଇ ବାହାରର ସବୁ କଥାରେ ଖୁସି ମିଳିପାରିବ। ସେ ସମ୍ପର୍କ ହେଉ, ବିବାହ ହେଉ କିମ୍ବା କାମ କି ବନ୍ଧୁତା ହେଉ। ନିଜ ଉପରେ ସନ୍ତୁଷ୍ଟ ରହିଲେ ହିଁ ଏସବୁରୁ ଖୁସି ଓ ସନ୍ତୁଷ୍ଟି ମିଳିପାରିବ।

ସମ୍ବନ୍ଧିତ ଖବର