ପ୍ରତିଦିନ ୨ ଘଣ୍ଟା ୱାକ୍‌ ଆଉଟ୍‌, ରିଆନା ଶୁକ୍ଳା

କଟକ ଝିଅ ରିଆନା ଶୁକ୍ଳା ୨୪ ବର୍ଷ ବୟସରେ ଏମିତି କିଛି ସଫଳତା ସାଉଁଟିଛନ୍ତି ଯାହା କି ଅନ୍ୟମାନଙ୍କ ପାଇଁ ନିହାତି ଭାବେ ଏକ ସ୍ବପ୍ନ ବା ପ୍ରେରଣା। ଏତେ କମ୍‌ ବୟସରେ ରିଆନା ୬ଟି ବଲିଉଡ୍‌ ଓ ୨ଟି ଓଲିଉଡ୍‌ ଚଳଚ୍ଚିତ୍ର କରି ନିଜସ୍ବ ଏକ ପରିଚୟ ହାସଲ କରିଛନ୍ତି। ତେବେ ରିଆନା ବଲିଉଡ୍‌ରେ ନିଜ ପାଦକୁ ମଜଭୁତ କରିବା ପାଇଁ ନିଜ ଅଭିନୟ ଉପରେ ଯେତିକି ଫୋକସ୍‌ କରିଛନ୍ତି ସୌନ୍ଦର୍ଯ୍ୟ ଉପରେ ବି ସେତିକି ଧ୍ୟାନ ଦେଇଛନ୍ତି। ରିଆନା କୁହନ୍ତି, ସୁସ୍ଥ ରହିବା ପାଇଁ ମୁଁ ପ୍ରତିଦିନ ୬/୭ ଲିଟର ପାଣି ପିଏ। ପ୍ରତିଦିନ କିଛି ପରିମାଣରେ ଡ୍ରାଏ ଫ୍ରୁଟ୍‌ ସହ କମ୍‌ ତେଲଯୁକ୍ତ ଖାଦ୍ୟ ଖାଏ। ଶରୀର ପାଇଁ ପ୍ରୋଟିନ୍‌ର ଆବଶ୍ୟକତା ଅଧିକ ଥିବାରୁ ଅଣ୍ଡା, ଚିକେନ୍‌ ଓ ବାହାରର ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ପ୍ରଚୁର ପରିମାଣରେ ଖାଏ। ଚାଲିବା ଓ ଦୌଡ଼ିବା ସହ ପ୍ରତିଦିନ ୨ ଘଣ୍ଟା ୱାକ୍‌ ଆଉଟ୍‌ କରେ। ସବୁବେଳେ ମାପିଚୁପି ଖାଏ। କିନ୍ତୁ ମାସକରେ ୨ଟି ରବିବାର ଚିଟ୍‌ ଡେ ଭାବେ ରଖେ। ‌ଏହି ଦୁଇ ଦିନ ଯାହା ଇଚ୍ଛା ତାହା ଖାଏ। ମୁଁ ସବୁ ବେଳେ ହାଲ୍‌କା ମେକ୍‌-ଅପ୍‌ ନେବା ପସନ୍ଦ କରେ। ସାଧାରଣତଃ ଭାରତୀୟ ପୋଷାକ ମୋର ପ୍ରିୟ। କେଶର ଯତ୍ନ ପାଇଁ ଆୟୁର୍ବେଦିକ ଜିନିଷ ବ୍ୟବହାର କରେ ବୋଲି ରିଆନା କହିଛନ୍ତି।

ସମ୍ବନ୍ଧିତ ଖବର