ମୁମ୍ବାଇ: ଭୁଲ୍ ଭାରତ ମାନଚିତ୍ର ପୋଷ୍ଟ୍ କରିବା ପରେ ଅନୁତାପ କରି ବଲିଉଡ୍ ଅଭିନେତା ଫର୍ହାନ ଅଖତାର୍ ଟ୍ବିଟର୍ରେ କ୍ଷମା ପ୍ରାର୍ଥନା କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଫର୍ହାନ ଗୁରୁବାର ହୋଇଥିବା ପ୍ରତିବାଦ ସଭାକୁ ନେଇ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ କରିଥିଲେ। ସେହି ପୋଷ୍ଟ୍ରେ ଭୁଲ୍ ଭାରତ ମାନଚିତ୍ର ଦିଆଯାଇଥିବା କଥା ଫର୍ହାନଙ୍କ ଦୃଷ୍ଟିରୁ ହଟି ଯାଇଥିଲା। ଏହାକୁ ନେଇ ପରେ ସେ ସମାଲୋଚନାର ଶିକାର ହୋଇଥିଲେ।
— Farhan Akhtar (@FarOutAkhtar) December 18, 2019
ଫର୍ହାନ ନିଜ ଭୁଲ୍କୁ ଧରିପାରିବା ପରେ ତୁରନ୍ତ ସୋସିଆଲ୍ ମିଡିଆରେ କ୍ଷମା ମାଗିଛନ୍ତି। ସେ ଆହୁରି ବି କହିଛନ୍ତି ଯେ କଶ୍ମୀରର ପ୍ରତ୍ୟେକ ଇଞ୍ଚ୍ ଭାରତର ଅଂଶ। ସେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭୁ୍ଲ୍ବଶତଃ ଦେଇଥିବା ଭାରତ ମାନଚିତ୍ରକୁ ସେ ତାଙ୍କ ଆକାଉଣ୍ଟ୍ରୁ ହଟାଇ ଦେଇଛନ୍ତି। ଏହାକୁ ସେ ପୂର୍ବରୁ ଚିହ୍ନଟ କରି ପାରି ନଥିବାରୁ ଅନୁତାପ କରିବା ସହ ନିଜ ଭୁଲ୍ ପାଇଁ କ୍ଷମା ମାଗିଛନ୍ତି।